Thu. Jun 11th, 2026

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିନ ଦ୍ୱିପ୍ରହରେ ହଣାକଟା, ଜଣେ ଗୁରୁତର

262 Views

ବାଲେଶ୍ୱର: ଆଜି ଦିନ ଦ୍ୱିପ୍ରହରରେ ରସାଲପୁର ଛକରେ ଜଣେ ବୃଦ୍ଧଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ଏକ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବୃଦ୍ଧଙ୍କ ନାମ ପଞ୍ଚନନ ମହାଳି ବୟସ ୪୩ବର୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସଦର ଥାନା ଅନ୍ତର୍ଗତ ରସାଲପୁରଛକସ୍ଥିତ କାଳୀମଣ୍ଡପ ଅଞ୍ଚଳର ପଞ୍ଚାନନ ମହାଳ ରସାଲପୁର ଛକରେ ଫଳ କିଣୁ ଥିଲେ। ହଠାତ ପଛପଟୁ ଛେଳିପଦା ଅଞ୍ଚଳର ଜଣେ ଯୁବକ ଏକ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ। ପଞ୍ଚାନନ କିଛି ବୁଝିବା ପୂର୍ବରୁ ହାଣିଥିବା ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପଞ୍ଚାନନଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି। ତେବେ କୌଣସି ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।

By amfnews

Related Post