Sun. Aug 2nd, 2026

‘ପୂଜା ପାଇଁ ୫୦, ଭସାଣି ପାଇଁ ୫୭ ପ୍ଲାଟୁନ ଫୋର୍ସ’

257 Views

କଟକ  :  କଟକରେ ଦୂର୍ଗା ପୂଜା ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଭସାଣି ପାଇଁ ୫୭ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ସୁନା ରୁପା ମେଢ ମଣ୍ଡପରେ ସିସିଟିଭି ସହ ସଶସ୍ତ୍ର ବାହିନୀ ମୁତୟନ ରହିବେ। ସୁରକ୍ଷା ପାଇଁ ୩୦ଟି ଏଡ୍ ପୋଷ୍ଟ ରହିବ, ୩୦୦ ଅଧିକାରୀ ଦାୟିତ୍ୱରେ ରହିବେ। ଆଜି କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଶାରଦୀୟ ଦୁର୍ଗା ପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି କମିଶନରେଟ୍ ପୁଲିସ୍‌ ପକ୍ଷରୁ କଟକ ଇନଡୋର ଷ୍ଟାଡିୟମରେ ଆଜି ପ୍ରସ୍ତୁତି ବୈଠକ ହୋଇଥିଲା। ପୂଜାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଟ୍ରାଫିକ ବ୍ୟବସ୍ଥା ଯେଭଳି ଶୃଙ୍ଖଳିତ ହେବ ସେ ନେଇ ମଧ୍ୟ  ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପୁଲିସ୍‌ କମିଶନର ସୁଧାଂଶୁ ଷ଼ଡଙ୍ଗୀ, ଡିସିପି ଅଖିଳେଶ୍ୱର ସିଂଙ୍କ ସହିତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

By amfnews

Related Post