Sun. Oct 11th, 2026

ପୁଲିସ୍‌କୁ କିସ୍ କରି ଯୁବକ ଗିରଫ

194 Views

ହାଇଦ୍ରାବାଦ: ପ୍ରୋସେସନ ଚାଲିଥିବା ବେଳେ ମଦ୍ୟପ ଯୁବକ ଜଣେ ପୁଲିସ୍‌ ଅଫିସରଙ୍କୁ କିସ୍‌ କରି ଗିରଫ ହୋଇଛନ୍ତି। ହାଇଦ୍ରାବାଦରେ ଏକ ବାର୍ଷିକ ହିନ୍ଦୁ ପର୍ବ ପାଇଁ ପ୍ରୋସେସନ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ହାଇଦ୍ରାବାଦରେ ରବିବାର ବୋନାଲୁ ପର୍ବ ପାଳନ କରାଯାଉଥିଲା। ଏହି ବାର୍ଷିକ ପର୍ବରେ ପ୍ରୋସେସନ ବାହାରିବାର ଥିବାରୁ ସୁରକ୍ଷା ଦୃଷ୍ଟିରୁ ପୁଲିସ୍‌ କର୍ମୀମାନଙ୍କୁ ନିୟୋଜିତ କରାଯାଇଥିଲା।

ଏହି ସମୟରେ ଭାନୁ ନାମକ ଜଣେ ମଦ୍ୟପ ଯୁବକ କାର୍ଯ୍ୟରତ ସବ୍‌ ଇନ୍‌ସପେକ୍ଟର ମହେନ୍ଦ୍ରଙ୍କୁ କିସ୍‌ କରିଥିଲେ। ଜଣେ ପୁଲିସ୍‌ ଅଫିସରଙ୍କ ସହ ଭାନୁ ଏଭଳି କାଣ୍ଡ ଘଟାଇଥିବାରୁ ତାଙ୍କୁ ଗିରଫ କରାଯାଇଛି।

By amfnews

Related Post