Sat. Apr 25th, 2026

ପୁଲିସ୍‌କୁ କାମୁଡ଼ିଥିଲା, ଜେଲ୍‌ ଗଲା ଅଭିଯୁକ୍ତ

259 Views

ପୁରୀ: ନିଜ ପତ୍ନୀଙ୍କୁ ଯୌତୁକଜନିତ ନିର୍ଯ୍ୟାତନା ଦେବା ସହିତ ଗିରଫ କରିବାକୁ ଯାଇଥିବା ପୁଲିସ୍‌ଙ୍କୁ କାମୁଡ଼ି ରକ୍ତାକ୍ତ କରିଦେଇଥିବା ଅଭିଯୁକ୍ତ ସିଲୁ ସିଂକୁ  କୁମ୍ଭାରପଡ଼ା ଥାନା ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ପ୍ରକାଶ, ସୁଦର୍ଶନ ନଗର ନିବାସୀ ସିଲୁ ସିଂ ତା’ର ପତ୍ନୀଙ୍କୁ ଯୌତୁକଜନିତ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ସିଲୁକୁ ଧରିଥିବା ବେଳେ ସେ କୁମ୍ଭାରପଡ଼ା ଥାନାରୁ ଫେରାର୍‌ ହୋଇଯାଇଥିଲା। ଗତକାଲି ସକାଳେ କୁମ୍ଭାରପଡ଼ା ଥାନା କନେଷ୍ଟବଳ ସସ୍ମିତା ସାହୁ ଓ ହୋମଗାର୍ଡ ଆଲୋକ ଦାସ ବଡ଼ଶଙ୍ଖ ଛକ ଅଞ୍ଚଳରୁ ସିଲୁକୁ ଧରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏହି ସମୟରେ ସେ ହୋମଗାର୍ଡ ଆଲୋକଙ୍କୁ କାମୁଡ଼ି ଦେଇଥିବା ବେଳେ କନେଷ୍ଟବଳ ସସ୍ମିତାଙ୍କୁ ଅସଦାଚରଣ କରିଥିଲା। ଏହି ସମୟରେ ସିଲୁ ମଧ୍ୟ ସାମାନ୍ୟ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା।  ସେ ସୁସ୍ଥ ହେବା ପରେ କୁମ୍ଭାରପଡ଼ା ଥାନା ପୁଲିସ୍‌ ତାକୁ ଗିରଫ କରି କୋର୍ଟଚାଲାଣ କରିଛି।

By amfnews

Related Post