Wed. Aug 12th, 2026

ପୁଲିସକୁ ଆକ୍ରମଣ ଓ ମଦ କାରବାର ଅଭିଯୋଗରେ ୨୭ ଗିରଫ

267 Views

ମୋହନା : ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବିରିକୋଟ ଗାଁରେ ପୁଲିସକୁ ଆକ୍ରମଣ ଓ ମଦ କାରବାର ଅଭିଯୋଗରେ ୨୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ତିନି ଶହ ଲିଟର ମଦ ଜବତ କରିବା ସହ ପାଞ୍ଚ ହଜାର ଲିଟର ପୋଚ ନଷ୍ଟ କରିଛି ପୁଲିସ୍।

ମିଳିଥିବା ସୂଚନା ଅନୁସାରେ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବେଆଇନ ମଦ କାରବାର ହେଉଥିବା ନେଇ ପୁଲିସ ଖବର ପାଇ ବିରିକୋଟ ଗାଁରେ ଚଢ଼ଉ କରିଥିଲା। ପୁଲିସ ଗାଁରେ ସମ୍ପୃକ୍ତ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ବେଳେ ଗ୍ରାମବାସୀ ପୁଲିସ ଉପରେ ଆକ୍ରମଣ କରିବା ସହ ପୁଲିସ୍ ଗାଡ଼ିକୁ ଭାଙ୍ଗି ଦେଇଥିଲେ।

ଉକ୍ତ  ଦିନ  ସେଠାରୁ  ପଳାଇ ଆସିଥିବା  ପୁଲିସ ଆଜି ସକାଳେ ଗାଁରେ ଚଢ଼ଉ କରି ଆକ୍ରମଣ ଘଟଣାରେ ୧୩ ଜଣଙ୍କୁ ଗିରଫ କରିଥିଲା l ଏହାବ୍ୟତୀତ  ମଦ କାରବାର ଅଭିଯୋଗରେ ଗାଁର ଆଉ ୧୪ ଜଣଙ୍କୁ ପୁଲିସ  ଗିରଫ କରିଥିଲା। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

By amfnews

Related Post