Fri. Jul 3rd, 2026

ପୁଲିସ ବାବୁଙ୍କ ଗାଡ଼ିରୁ ଆଦାୟ ହେଲା ଜରିମାନା

210 Views

ଭୁବନେଶ୍ୱର  : ଆଜି ନୂଆଗାଁ ଛକ ନିକଟରେ ଚେକିଂ ବେଳେ ଜଣେ ପୁଲିସ୍‌ କର୍ମଚାରୀଙ୍କ ଗାଡ଼ିରୁ ଜରିମାନା ଆଦାୟ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ନୂଆଗାଁ ଛକରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଟ୍ରାଫିକ୍‌ ସଚେତନତା କରାଯାଇଥିଲା। ହେଲମେଟ୍‌ ପିନ୍ଧି ଯାଉଥିବା ଲୋକଙ୍କୁ ଫୁଲ ଦିଆଯାଉଥିବା ବେଳେ ବିନା ହେଲମେଟ୍‌ ବ୍ୟକ୍ତିଙ୍କୁ ସଚେତନ କରାଯାଉଥିଲା। ଏହି ସମୟରେ ଜଣେ ଯୁବକ ବିନା ହେଲମେଟ୍‌ରେ ବାଇକ୍‌ ଚଳାଇ ଯାଉଥିଲେ। ତାଙ୍କ ଗାଡ଼ିରେ ପୁଲିସ ଲେଖାଥିଲା। ସେଠାରେ ଉପସ୍ଥିତ ଟ୍ରାଫିକ୍‌ ଏସିପି କିଶୋର ପାଣିଗ୍ରାହୀ ଓ ଥାନା ଅଧିକାରୀ ଗାଡ଼ିଟିକୁ ଅଟକାଇବା ସହ ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲେ। ଜଣାପଡ଼ିଥିଲା, ଯୁବକଙ୍କ ଭାଇ ପୁଲିସ୍‌ରେ ଚାକିରି କରନ୍ତି ଏବଂ ସେ ତାଙ୍କ ଗାଡ଼ି ଚଳାଉଛନ୍ତି।

ବିନା ହେଲମେଟ୍‌ରେ ଯୁବକଜଣକ ଯାଉଥିବାରୁ ସଂପୃକ୍ତ ଯୁବକଙ୍କଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହାସହ ଉକ୍ତ ଗାଡ଼ିରୁ ମଧ୍ୟ ପୁଲିସ ଲେଖାଥିବା ଷ୍ଟିକର୍‌ ବାହାର କରି ଦିଆଯାଇଥିଲା।

By amfnews

Related Post