Sat. Oct 10th, 2026

ପୁଲିସ ପାଇଁ ସୁରକ୍ଷା ମାଗି ନିଲମ୍ବିତ ହେଲେ ପୁଲିସ ଅଫିସର୍ସ ସଂଘ ସଭାପତି

250 Views

ଭୁବନେଶ୍ୱର  : ପୁଲିସ୍ ପାଇଁ ସୁରକ୍ଷା ମାଗି ବିବାଦୀୟ ହୋଇପଡ଼ିଥିବା ପୁଲିସ ଅଫିସର୍ସ ସଂଘ ସଭାପତି ସତ୍ୟଜିତ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧିକାରୀଙ୍କୁ ମାଡ଼ର ପ୍ରତିବାଦ ସ୍ୱରୂପ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ପୁଲିସର ସୁରକ୍ଷା ଦାବି କରିଥିଲେ।।  ଏହାର ପରିଣାମ ସ୍ୱରୂପ ତାଙ୍କୁ ନିଲମ୍ବନ କରାଯାଇଛି। ଡାକ୍ତରଙ୍କ ସୁରକ୍ଷା ପରି ପୁଲିସ ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ଏବଂ ଏଥିପାଇଁ ସ୍ୱତନ୍ତ୍ର ଆଇନ ଆସୁ ବୋଲି ସଂଘ ଦାବି କରିଥିଲା।

କିଛି ଦିନ ତଳେ ଜଣେ ନାବାଳକର ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକେ ବାଲିଆପାଳ ଥାନା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପରେ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ତାଙ୍କର ବଦଳି କରାଯାଇଥିଲା।  ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ସାହୁଙ୍କୁ ବାଲିଆପାଳ ଆଇଆଇସି ଭାବେ ନିଯୁକ୍ତ କରାଯାଇଥିଲା। ଏହି ଘଟଣା ପରେ ପୁଲିସମାନେ ନିଜ ସୁରକ୍ଷା ଦାବି କରିଥିଲେ, ଯାହାକୁ କି ସହଜେ ହଜମ କରିପାରି ନ ଥିଲେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ।

By amfnews

Related Post