Wed. Jul 29th, 2026

ପୁଲିସ ଗୁଳିରେ ଅପରାଧୀ ଗୁରୁତର

320 Views

ଭଞ୍ଜନଗର, ୧୩/୧୧: ଗଞ୍ଜାମ ପୁଲିସ ପୁଣି ଥରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଛି। ଏନ୍‌କାଉଣ୍ଟରରେ ବେଣୁ ବାରିକ ନାମକ ଜଣେ ଜଣାଶୁୟଣା ଅପରାଧୀ ଗୁରୁତର ଭାବେ ଆହତ ହୋଇଛି। ବେଣୁର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ବେଣୁଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଜାମପାଟଣା ଗ୍ରାମର ବେଣୁ ବାରିକ ନାମରେ ବିଭିନ୍ନ ଅପରାଧିକ ମାମଲା ନୟାଗଡ଼ ଓ ଗଞ୍ଜାମ ଥାନାରେ ରହିଛି। ଏପରିକି ବେଣୁ ମାଣିତରା ବ୍ୟାଙ୍କ ଓ ଖୋର୍ଦ୍ଧା ବ୍ୟାଙ୍କ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ନେଇ ପୁଲିିସ ଠୋସ ପ୍ରମାଣ ପାଇଛି। ତେବେ ଆଜି ବେଣୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କରଚୁଲି ଗ୍ରାମ ନିକଟସ୍ଥ ରାମପାଦ ଜଙ୍ଗଲ ନିକଟରେ ସକାଳ ୭ଟା ବେଳେ ବେଣୁ ଯାଉଥିବା ସୂଚନା ପାଇ ବଗୁଡ଼ା ଥାନା ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ବେଣୁ ପୁଲିସକୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଗୁଳି ଚଳାଇବାରୁ ଗୋଟିଏ ଗୁଳି ତାର ବାମଗୋଡ଼ରେ ବାଜିଛି।

By amfnews

Related Post