Tue. Aug 18th, 2026

ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗୁରୁତର

190 Views

ଖଲିକୋଟ, ଡିସେମ୍ବର ୨୫ : ଗଞ୍ଜାମରେ ପୁଣି ଥରେ ଏନକାଉଣ୍ଟର। ଏଥର ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇଛନ୍ତି ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଅନନ୍ତ କୁମାର ମାଛୁଆ। ଅନନ୍ତଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ମଧୁପୁର ଗାଁରେ ।ସେ ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାାମ ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲାର ସମ୍ପୃକ୍ତ ଥିବା ଜଣାଯାଇଛି। ଏପରିକି ଅନନ୍ତଙ୍କ ନାମରେ ୧୦ରୁ ଊର୍ଧ୍ୱ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହୋଇଛି। ଆଜି ଭୋର ପ୍ରାୟ ୪ଟା ୪୫ ମିନିଟ ସମୟରେ ଅନନ୍ତ ଏକ ୟୁନିକର୍ଣ୍ଣ ଗାଡ଼ି ନେଇ ଖଲିକୋଟ୍‌ ବଡ଼ଘାଟିର ଗୁଡ଼ିଢ଼ିପା ନିକଟରେ ଯାଉଥିବା ବେଳେ ପୁଲିସ ଗାଡ଼ି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଅନନ୍ତ ପୁଲିସକୁ ଚକ୍‌ମା ଦେଖାଯାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳି ଚଳାଇବାରୁ ଗୋଟିଏ ଗୁଳି ତାଙ୍କ ଡାହାଣ ଗୋଡ଼ରେ ବାଜିଥିଲା। ଫଳରେ ଅନନ୍ତ ସେଠାରେ ପଡ଼ିଯିବାରୁ ପୁଲିସ ତାଙ୍କୁ କାବୁ କରିଛି। ଅନନ୍ତଙ୍କ ଠାରୁ ଗୋଟିଏ ପିସ୍ତଲ ଓ ୩ଟି ଅଫୁଟା ଗୁଳି ଜବତ କରାଯାଇଛି।

By amfnews

Related Post