Sat. Oct 3rd, 2026

ପୁଲିସ ଅଧିକାରୀଙ୍କ ରଥଯାତ୍ରା ସମନ୍ଵୟ ବୈଠକ

347 Views

ପୁରୀ : ରବିବାର ମଧ୍ୟାହ୍ନରେ ସ୍ଥାନୀୟ ପୌର ସଦନରେ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଅଧ୍ୟକ୍ଷାତାରେ ପୁଲିସ ଅଧିକାରୀମାନଙ୍କୁ ନେଇ ରଥଯାତ୍ରା ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି।

ପ୍ରାୟ ୧୦୦୦ରୁ ଅଧିକ ପୁଲିସ ଅଧିକାରୀ ଯୋଗ ଦେଇଥିବା ଏହି ସମନ୍ଵୟ ବୈଠକରେ ରଥଯାତ୍ରା ସମୟରେ ସହରର ଟ୍ରାଫିକ୍‌ ନିୟନ୍ତ୍ରଣ, ଶ୍ରୀମନ୍ଦିର ବାହାର ଓ ଭିତର ସୁରକ୍ଷା, ବେଳାଭୂମି ଓ ତଟ ସୁରକ୍ଷା, ରଥ ସୁରକ୍ଷା, ଭିଭିଆଇପିମାନଙ୍କ ପାଇଁ ସୁରକ୍ଷିତ ଦର୍ଶନ, ପାର୍କିଙ୍ଗ୍‌ ନିୟନ୍ତ୍ରଣ, ଜତୀୟ ରାଜପଥରେ ଯାନବାହାନ ଗମନାଗମନ ସୁବିଧା ଆଦି ବିଷୟ ଉପରେ ଆଲୋକପାତ କରିବା ସହ ସମୀକ୍ଷା କରାଯାଇଛି। ପ୍ରତ୍ୟେକ ପୁଲିସ କର୍ମଚାରୀ ଯେମିତି ସେମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ଉତ୍ତମରୂପେ ତୁଲାନ୍ତି ସେ ସଂକ୍ରାନ୍ତରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି।

By amfnews

Related Post