Fri. Jul 3rd, 2026

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନ୍‌ଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

323 Views

ଭୁବନେଶ୍ୱର: ଗତକାଲି ଜମ୍ମୁକାଶ୍ମୀରର ପୁଲଓ୍ଵାମାଠାରେ ସଂଗଠିତ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ୪୮ଜଣ ଜବାନ୍‌ ସହିଦ୍‌ ହୋଇଥିବା ଜଣାଯାଇଛି। ସହିଦଙ୍କ ମଧ୍ୟରେ ଦୁଇଜଣ ଓଡ଼ିଆ ଯବାନ୍‌ ମଧ୍ୟ ଅଛନ୍ତି। ସେମାନେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନୂଆଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲ୍ଲା ନିଆଳି ଅଞ୍ଚଳରରତନପୁର ଗ୍ରାମର ମନୋଜ କୁମାର ବେହେରା।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ଏକ ମିନିଟ ନୀରବ ପ୍ରାର୍ଥନା କରି ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ଟେଲିଫୋନ ଯୋଗେ ଦୁଇ ଓଡ଼ିଆ ସହିଦଙ୍କ ପରିବାର ବର୍ଗ ସହ କଥା ହୋଇ ସମବେଦନା ଜଣାଇଥିଲେ। ଏଥିସହ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ସହିଦ ପରିବାର ସହ ଭେଟି ଆଲୋଚନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post