Sat. Oct 3rd, 2026

ପୁରୀରେ କୂଳ ଲଙ୍ଘିଲାଣି ସମୁଦ୍ର, ପ୍ରଶାସନ ତରଫରୁ ଲଗିଲା ଲାଲ୍‌ ପତାକା

301 Views

ପୁରୀ: ସାମୁଦ୍ରିକ ବାତ୍ୟା ‘ଫୋନି’ର ପ୍ରଭାବରେ ପୁରୀ ଠାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଆରମ୍ଭ କଲାଣି।ଏବେ ବେଳାମାର୍ଗ ଠାରେ ସମୁଦ୍ର ମାତ୍ର ୨୦ ଫୁଟ୍‌ ଦୂରରେ ରହିଥବା ବେଳେ ସ୍ୱର୍ଗଦ୍ୱାର ଠାରେ ମାତ୍ର ୨୦ ଫୁଟ୍‌ ଦୂରରେ ରହିଛି। ଉତ୍ତାଳ ଲହରି ମାଡ଼ି ଆସି ମାଟି ଧୋଇ ନେଇ ଥିବାରୁ ସେଠାରେ କୃତ୍ରିମ ଜଳାଶୟ ସୃଷ୍ଟି ହେବା ପରି ଦିଶୁଛି।

ଶାସନ ତରଫରୁ ସମୁଦ୍ର କୂଳରେ ଲାଲ୍‌ ପତାକା ଲଗାଯାଇଛି। ଦଉଡ଼ି ବନ୍ଧା ଯାଇ, ତାହାକୁ ନ ଟପିବା ପାଇଁ ପର୍ଯ୍ୟଟକମାନଙ୍କୁ ସତର୍କ କରାଇ ଦିଆ ଯାଇଛି। ହୁଇସିଲ୍‌ ଧରି ଲାଇଫ୍‌ଗାର୍ଡମାନେ ସମୁଦ୍ର କୂଳରେ ବୁଲୁଛନ୍ତି।

ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଥିବାରୁ ଓଏସ୍‌ଆର୍‌ଟିସି ତରଫରୁ ପର୍ଯ୍ୟଟକମାନଙ୍କୁ ପୁରୀରୁ ବାହାରକୁ ନେବା ପାଇଁ ବସ୍‌ ଚଳାଚଳ ବ୍ୟବସ୍ଥା କରାଯାଇଛି।ପୁରୀରେ ଥିବା ପ୍ରାୟ ସବୁ ହୋଟେଲ୍‌ରୁ ପର୍ଯ୍ୟଟକମାନେ ବାହାରି ଗଲେଣି।

 

By amfnews

Related Post