Mon. Sep 14th, 2026

ପୁରୀରେ ଏଥର ମୁଖପାତ୍ର ଲଢେଇ ! ତିନି ପ୍ରମୁଖ ପ୍ରାର୍ଥୀ ଦଳୀୟ ମୁଖପାତ୍ର ଦାୟିତ୍ୱ ତୁଲାଉଛନ୍ତି

454 Views

ଭୁବନେଶ୍ୱର: ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ବିଭିନ୍ନ ଦଳର ମୁଖପାତ୍ରଙ୍କ ମଧ୍ୟରେ ଲଢେଇ। ଆଜି ୭ ଲୋକସଭା ଲାଗି କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଏହା ସ୍ପଷ୍ଟ ହୋଇଛି।

ପ୍ରଥମେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପୁରୀ ଲୋକସଭା ଲାଗି ପ୍ରାର୍ଥୀ କରାଯାଉଥିବା ବେଳେ କଂଗ୍ରେସରୁ ଲଢିବେ ପ୍ରଦେଶ କଂଗ୍ରେସ କମିଟି ମିଡିଆ ପ୍ରକୋଷ୍ଠ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ। ଅନ୍ୟ ପକ୍ଷରେ ବିଜେଡି ପୁରୀରେ ପୂର୍ବବତ ପ୍ରାର୍ଥୀ କରିଛି ସାଂସଦ ପିନାକୀ ମିଶ୍ରଙ୍କୁ।

ଉଲ୍ଲେଖଯୋଗ୍ୟ କି ପୁରୀର ବର୍ତ୍ତମାନ ଲୋକସଭା ସଦସ୍ୟ ଥିବା ବିଜୁ ଜନତା ଦଳର ପିନାକୀ ମିଶ୍ର ମଧ୍ୟ ଦଳର ମୁଖପାତ୍ର ଦାୟିତ୍ୱ ତୁଲାନ୍ତି। ତେଣୁ ଏଥର ଏହି ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିବ ତିନି ଦଳର ମୁଖପାତ୍ରଙ୍କ ଭିତରେ ଲଢ଼େଇ।ସମ୍ବିତ ପାତ୍ର ଓ ସତ୍ୟପ୍ରକାଶ ପ୍ରଥମ ଥର ଲାଗି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଦେଖାଯାଉ, ଏମାନଙ୍କ ମଧ୍ୟରୁ ଏଥର କିଏ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କ ହୃଦୟ ଜୟ କରିବାରେ ସମର୍ଥ ହେଉଛି।

By amfnews

Related Post