Thu. Jun 11th, 2026

ପୁରୀର ନୂତନ ଏସପି ଭାବେ କନୱର ବିଶାଲ ସିଂଙ୍କ ଦାୟିତ୍ୱ ଗ୍ରହଣ

232 Views

ପୁରୀ, ନଭେମ୍ବର ୨୨ : ପୁରୀ ଜିଲ୍ଲାର ନୂତନ ଏସପି ଭାବେ କନୱର ବିଶାଲ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଅଖିଳେଶ୍ୱର ସିଂହଙ୍କ ସ୍ଥାନରେ ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି । ଜିଲ୍ଲାର ବହୁ ବରିଷ୍ଠ ପୋଲିସ ପଦାଧିକାରୀଙ୍କ ଉପସ୍ଥିତିରେ କନୱର ବିଶାଲ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସମ୍ବଲପୁର ଏସପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସ୍‌ପି ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ପୂର୍ବତନ ପୋଲିସ ଅଧିକାରୀ ଅଖିଳେଶ୍ୱର ସିଂହଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

ସୂଚନାଯୋଗ୍ୟ, ପୁରୀ ହାଜତରେ କଏଦୀଙ୍କ ମୃତ୍ୟୁ ମାମଲାକୁ ନେଇ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲାର ଏସପି ଅଖିଳେଶ୍ୱରଙ୍କ ବଦଳି ହୋଇଛି ।

ସେପଟେ ପୁରୀ ହାଜତ ମୃତ୍ୟୁ ମାମଲା ହାଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟରେ  ଏକ ଜନସ୍ବାର୍ଥ ମାମଲାରେ ଶୁଣାଣି କରି ସୋମବାର ସୁଦ୍ଧା ସମସ୍ତ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।

By amfnews

Related Post