Sat. Aug 8th, 2026

ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ପୂର୍ବତଟ ରେଳବାଇର ନିଷ୍ପତ୍ତି

262 Views

ପୁରୀ: ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ପୂର୍ବତଟ ରେଳବାଇ ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ।

ରେଳବାଇ ନେଇଥିବା ନିଷ୍ପତ୍ତି ଅନୁସାରେ, ପୁରୀକୁ ଯାଉଥିବା ସମସ୍ତ ଟ୍ରେନ ଭୁବନେଶ୍ୱର ଯାଏଁ ଯିବ। ସେହିପରି ଜୁନ୍‌ ୧ରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ। ସେହିପରି ସିଆଲଦା-ପୁରୀ ଦୁରନ୍ତ ଏକ୍ସପ୍ରେସ୍‌ କ୍ଷେତ୍ରରେ ବି ଏହି ନିୟମ ଲାଗୁ କରାଯାଇଛି। ଆଗକୁ ମହାପ୍ରଭୂଙ୍କ ସ୍ନାନଯାତ୍ରା ରହିଛି। ଯଦି ଟ୍ରେନ୍‌ ଚଳାଚଳ ପୁରୀକୁ ହୁଏ ତେବେ ସ୍ନାନ ଯାତ୍ରାରେ ଲୋକଙ୍କ ଭିଡ଼ ଦେଖା ଯିବ। ତେଣୁ ସମ୍ଭବତଃ ସ୍ନାନ ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି। ତେବେ ଏହି କଟକଣା କାହିଁକି ଲାଗୁ କରାଯାଇଛି ତାହାର ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

New train schedule of East Coast Railway from July 1- The New ...

ଉଲ୍ଳେଖଯୋଗ୍ୟ, ମଇ ୧୨ ତାରିଖରୁ ପୁନଃ ୩୦ଟି ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ ଚଳାଚଳ ଆରମ୍ଭ କରିଥିବା ବେଳେ ଜୁନ୍‌ ୧ରୁ ୨୦୦ ସ୍ପେସାଲ୍‌ ମେଲ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ହେବ। କିଛିଦିନ ତଳେ ସ୍ପେସାଲ୍‌ ଟ୍ରେନ୍‌ର ଅଗ୍ରୀମ ରିଜର୍ଭେସନ୍‌ ସମୟ ସୀମା ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରିବାକୁ ରେଳ ମନ୍ତ୍ରାଳୟ ଘୋଷଣା କରିଥିଲା। ଏହି ୨୩୦ଟି ସ୍ପେସାଲ୍‌ ଟ୍ରେନ୍‌ରେ ପାର୍ସଲ୍‌ ଓ ଲଗେଜ୍‌ ବୁକିଙ୍ଗ୍‌ ପାଇଁ ଅନୁମତି ମିଳିବ।

By amfnews

Related Post