Sat. Oct 3rd, 2026

ପୁରୀ: ବଙ୍ଗୋପସାଗରରେ ବୁଡ଼ି କଟକର ୨ ଛାତ୍ର ମୃତ

319 Views

ପୁରୀ    :    ରବିବାର ସକାଳେ ପୁରୀସ୍ଥିତ ବଙ୍ଗୋପସାଗରରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ଦୁଇ ମୃତ ଛାତ୍ର ହେଉଛନ୍ତି ଜାମସେଦପୁରର ୨୨ ବର୍ଷୀୟ ରଜତ ପାଣ୍ଡେ ଏବଂ ଦିଲ୍ଲୀର ୨୨ ବର୍ଷିୟ ମହମ୍ମଦ ଇବାଦ୍‌। ସେମାନେ କଟକ ସହର ଅନ୍ତର୍ଗତ ମର୍କତ ନଗର ଠାରେ ଥିବା ପିଲୁ ମୋଦି ଆର୍କିଟେକ୍ଟ୍‌ କଲେଜର ୪ର୍ଥ ବାର୍ଷିକ ଛାତ୍ରଛାତ୍ରୀ।

ଆଜି ପାହାନ୍ତା ପ୍ରାୟ ୪ଟା ବେଳେ ୩ଟି ମଟର ସାଇକେଲ୍‌ ଯୋଗେ ୫ଜଣ ଛାତ୍ର ଏବଂ ଜଣେ ଛାତ୍ରୀ କଲେଜ ଛାତ୍ରାବାସରୁ ଲୁଚି ପୁରୀ ଚାଲି ଆସିଥିଲେ। ହୋଟେଲ୍‌ ବିଜୟ ଇଣ୍ଟର୍‌ନେସ୍‌ନାଲ୍‌ ସାମ୍ନା ସମୁଦ୍ରରେ ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଏ ଦୁଇ ଜଣ ଢେଉରେ ଭାସି ଯାଇ ବୁଡ଼ି ଯାଇଥିଲେ।

ଦୁହେଁ ବୁଡ଼ିଯିବା ଦେଖି ତାଙ୍କର ସାଥୀମାନେ ସହାୟତା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଅନୁରୋଧ କରିବାରୁ ସେମାନେ ସମୁଦ୍ରରୁ ଦୁହିଁଙ୍କ ନିର୍ଜୀବ ଶରୀର ଉଦ୍ଧାର କରିଥିଲେ।

ଖବର ପାଇ ସମୁଦ୍ରକୂଳ ପୁଲିସ ଦୁଇ ଛାତ୍ରଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ କରିବାକୁ ବାକି ୪ ଜଣ ଛାତ୍ରଛାତ୍ରୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

By amfnews

Related Post