Wed. Oct 14th, 2026

ପୁରୀ: ପୁଲିସ ଏନକାଉଣ୍ଟରରେ ହତ୍ୟା ଅଭିଯୁକ୍ତ ଗୁରୁତର

453 Views

ପୁରୀ: ଗତକାଲି ବିଳମ୍ବିତ ରାତିରେ ପିପିଲି- ଜଟଣୀ ରାସ୍ତାରେ ପୁଲିସ ଏନକାଉଣ୍ଟରରେ ଜଣେ ହତ୍ୟା ଅଭିଯୁକ୍ତ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ପୁରୀ ଓ ପରେ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଗତ ଡିସେମ୍ବର ମାସରେ ସଞ୍ଜୟ ବେହେରା ଓରଫ ପାରା ହତାକାଣ୍ଡରେ ଜିତୁ ସାହୁ ନାମକ ଜଣେଯୁବକ ସହ ଅଭିଯୁକ୍ତ ଥିଲେ। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁନା ପରିଡ଼ା ଗତ ଦୁଇ ଦିନ ତଳେ ନିମାପଡ଼ା କୋର୍ଟରେ ଆତ୍ମସମର୍ପଣ କରିଥିଳେ। ତେବେ ପୁଲିସ ଅନ୍ୟତମ ଅଭିଯୁକ୍ତ ଜିତୁ ସାହୁଙ୍କୁ ଖୋଜୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଜିତୁ ଏକ ବାଇକରେ ପିପିଲି- ଜଟଣୀ ରାସ୍ତାରେ ଯାଉଥିବା ସୂଚନା ପାଇ କୁମ୍ଭାରପଡ଼ା ଥାନା ଇନ୍ସପେକ୍ଟର ଅଭିମନ୍ୟୁ ନାୟକ ବରିମୁଳ ଗାଁ ନିକଟସ୍ଥ ବ୍ରିଜ୍‌ ପାଖରେ ତାଙ୍କୁ ଜଗି ରହିଥିେଲେ। ତେବେ ପୁଲିସକୁ ଦେଖି ଜିତୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ଜିତୁଙ୍କ ଗୁଳିର ଜବାବ ପୁଲିସ ପାଲଟା ଗୁଳି ଚଳାଇ ଦେଇଥିଲା। ଫଳରେ ଜିତୁଙ୍କ ଡାହାଣ ଗୋଡରେ ଗେଟିଏ ଗୁଳି ବାଜିବାରୁ ସେ ପଡ଼ିଯାାଇଥିଲା। ପୁଲିସ ତାକୁ କାବୁ କରି ନେଇଥିଲାା ତାଠାରୁ ଗୋଟିଏ ପିସ୍ତଲ, ଅଫୁଟା ଗୁଳି, ବାଇକ୍‌, ମୋବାଇଲ ଫୋନ ଜବତ କରାଯାଇଛି।

By amfnews

Related Post