Wed. Sep 2nd, 2026
192 Views

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଟ୍ରକ୍‌ ପଛପଟୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍। ଫଳରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଏଥିରେ ଗୁରୁତର ଥିବା ୭ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ପଶ୍ଚିମବଙ୍ଗ ହୁଗୁଳିରୁ ପୁରୀ ଆସୁଥିବା ଏକ ଯାତ୍ରୀବାହୀ ବସ୍ ରାସ୍ତା କଡ଼ରେ ଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଛି। ଦୁର୍ଘଟଣାରେ ବସ୍‌ର ସାମ୍ନା ଭାଗ ନଷ୍ଟ ହୋଇଯାଇଛି। ବସ୍ ଦ୍ରୁତଗତିରେ ଯାଉଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା କହିଛନ୍ତି ବସ୍‌ରେ ଥିବା ଯାତ୍ରୀ । ଦୁର୍ଘଟଣା ବେଳେ ବସ୍‌ରେ ପାଖାପାଖି ୭୦ ଜଣ ଯାତ୍ରୀ ଥିଲେ।

By amfnews

Related Post