Tue. Sep 1st, 2026
272 Views

ଭୁବନେଶ୍ୱର : କେନ୍ଦ୍ର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ଶ୍ରେଷ୍ଠ ସିଟି ବସ୍ ସେବା ଭାବେ ରାଜଧାନୀ ସିଟି ବସ୍ ସେବାକୁ ପୁରସ୍କୃତ କରିଛି। ବେଷ୍ଟ ସିଟି ବସ୍ ସର୍ଭିସ୍ କ୍ୟାଟେଗୋରୀରେ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ସିଆରୟୁଟି ଭୁବନେଶ୍ୱରକୁ ପୁରସ୍କୃତ କରାଯାଇଛି।

ଲକ୍ଷ୍ମୌରେ ଦ୍ୱାଦଶ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସରେ ଏହି ପୁରସ୍କାର ଦିଆଯାଇଛି। ଭୁବନେଶ୍ୱରରୁ କଟକ ଏବଂ ପୁରୀ ମଧ୍ୟରେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ପ୍ରାୟ ୨୦୦ ସିଟି ବସ୍ ଚଳାଚଳ କରୁଛି। ଯେଉଁଥିରେ ଡିଜିଟାଲ୍ ବ୍ୟବସ୍ଥା ସହ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ସୂଚନା ପ୍ରଦାନର ବ୍ୟବସ୍ଥା ରହିଛି।  ଗତ ୬ ତାରିଖରେ ଏହି ବସ୍ ସେବାକୁ ଏକ ବର୍ଷ ପୂରିଥିଲା।

By amfnews

Related Post