Tue. Aug 4th, 2026

ପୁଣେରେ କାଶ୍ମୀରୀ ସାମ୍ବାଦିକଙ୍କ ଉପରେ ଆକ୍ରମଣ, ଜଣେ ଗିରଫ ଏବଂ ଆରଜଣକୁ ଖୋଜୁଛି ପୁଲିସ

395 Views

ନୂଆଦିଲ୍ଲୀ: ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ କେତେକ ସ୍ଥାନରେ କାଶ୍ମୀରୀ ନାଗରିକଙ୍କ ଡରାଇବା ଧମକାଇବା ଓ ତାଙ୍କୁ ମାରପିଟି କରିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ମାମଲା ପୁଣେରେ ସାମ୍ନାକୁ ଆସିଛି। ପୁଣେରେ ଜଣେ କାଶ୍ମୀରୀ ସାମ୍ବାଦିକଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ଆସିଛି। ଏହି କାଶ୍ମୀରୀ ସାମ୍ବାଦିକଙ୍କ ନାମ ହେଲା ଜିବାରିନ୍‌ ନଜିର୍‌। ଏହି ଘଟଣାରେ ସ୍ଥାନୀୟ ପୁଲିସ ଦୁଇ ସନ୍ଦିଗ୍ଧଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି।

ପୁଲିସର ସୂଚନା ଅନୁଯାୟୀ ତିଲକ ରୋଡ଼ରେ ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ ସମୟରେ ଜିବରନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ସେତେବେଳେ ସେ ମୋଟର ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ମାମଲା ରୁଜ୍ଜୁ ହେବାପରେ ଆକ୍ରମଣକାରୀମାନେ ଥାନାରେ ତାଙ୍କୁ କ୍ଷମା ମାଗିଥିଲେ ବୋଲି ଜିବରାଦ୍‌ ନଜିର କହିଛନ୍ତି। ଏହାପରେ ନଜିର ତାଙ୍କର ଏତଲା ଫେରାଇ ନେଇଥିଲେ। ତେବେ ପରେ ପୁଣେ ପୁଲିସ ଏହି ମାମଲାର ଜଣେ ଅଭିଯୁକ୍ତ ଅଜହରୁଦ୍ଦିନ ଶେଖଙ୍କୁ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତ ଦତ୍ତାତ୍ରେୟ ଲାବ୍‌ତେକୁ ପୁଲିସ ଖୋଜୁଥିବା ଜଣାଯାଇଛି।

By amfnews

Related Post