Mon. Sep 14th, 2026

ପୁଣି ଟାର୍ଗେଟ୍‌ରେ ଉରି: ଭାରତୀୟ ପୋଷ୍ଟ୍‍ ଉପରେ ଗୋଳା ବର୍ଷଣ କଲା ପାକ୍‌ ସେନା

473 Views

ଉରି: ଭାରତ-ପାକିସ୍ତାନ ଭିତରେ ବେଳକୁ ବେଳ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇ ଉଠୁଛି। ପାକିସ୍ତାନର ଲଢୁଆ ବିମାନ ଏଫ୍‌-୧୬ ସୀମା ଟପି ପଶିବା ପରେ ଭାରତୀୟ ସେନା ଗୁଳି କରି ବିମାନକୁ ତଳକୁ ଖସାଇବା ପରେ ବି ପାକିସ୍ତାନର ଚେତା ପଶିନି। ଜମ୍ମୁ-କଶ୍ମୀରର ଉରିଠାରେ ପାକିସ୍ତାନ ପୁଣି ନିଜ ଆଡୁ ଅସ୍ତ୍ର ବିରତି ଉଲଂଘନ କରିଥିବା ଜାଣିବାକୁ ମିଳିଛି।

ଉରିର ବରମୁଲା ଜିଲ୍ଳା ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ। ସୀମାରେ ପାକିସ୍ତାନ ସେନା ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଥିବା ଭାରତୀୟ ପୋଷ୍ଟ୍‌ ଉପରକୁ ଗୋଳାବର୍ଷଣ କରିଛି ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।

ମଙ୍ଗଳବାର ଭାରତୀୟ ବାୟୁ ସେନା ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଦ୍ୱିତୀୟ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବା ପରଦିନ ହିଁ ପାକିସ୍ତାନ ଏପରି ଅସ୍ତ୍ର ବିରତି ଉଲଂଘନ କରିଥିବା ଜାଣିବାକୁ ମିଳିଛି। କେବଳ ସେତିକି ନୁହେଁ, ପାକିସ୍ତାନର ଲଢୁଆ ଏଫ୍‌-୧୬ ମଧ୍ୟ ସେନା ଉପରେ ବୋମା ପକାଇବା ପାଇଁ ବୁଧବାର ସୀମା ପାର୍‌ କରିଥିଲା ବୋଲି ସୂଚନା ରହିଛି। ଭାରତୀୟ ସେନା ପାକ୍‌ର ଉକ୍ତ ୨ ବିମାନକୁ ଗୁଳି ମାରି ତଳକୁ ଖସାଇଥିବା ଜାଣିବାକୁ ମିଳିଛି।

By amfnews

Related Post