Wed. Sep 30th, 2026

ପିଲାଟୁସ୍‌ ବିମାନ କିଣା ରାଜିନାମା: ମାମଲା ରେଜିଷ୍ଟ୍ରି ପରେ ରବର୍ଟ ଭଦ୍ରାଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କଲା ସିବିଆଇ

229 Views

ନୂଆଦିଲ୍ଲୀ : ୨୦୦୯ରେ ୭୫ଟି ପିଲାଟୁସ୍‌ ବେସିକ୍‌ ଟ୍ରେନର୍‌ ବିମାନ ଖରିଦରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ସିବିଆଇ ବାୟୁସେନାର ଅଜ୍ଞାତ ଅଧିକାରୀ, ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ବିବାଦୀୟ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରିଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଶନିବାର ଦିନ ସିବିଆଇ କହିଛି ଯେ କାରବାରରେ ସମ୍ପୃକ୍ତ ଭଣ୍ଡାରିଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି। ଚଢ଼ାଉ ସମୟରେ ପଳାତକ ଅସ୍ତ୍ର ବେପାରୀ ସଞ୍ଜୟ ଭଣ୍ଡାରିଙ୍କ ଘର ଓ ଦପ୍ତରରୁ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଉଦ୍ଧାର କରାଯାଇଛି। ସିବିଆଇ ଏହି ମାମଲାରେ ତଦନ୍ତ ଚାଲୁ ରଖିବ।

ଏଥିରେ ସୁଇଜର୍‌ଲାଣ୍ଡ୍‌ର ପିଲାଟୁସ୍‌ ଏୟାର୍‌କ୍ରାଫ୍‌ଟ୍‌ ଲିମିଟେଡ୍‌କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। କମ୍ପାନି ଠାରୁ ବିମାନ ଖରିଦ କାରବାରରେ ୩୯୯ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଏବଂ ଲାଞ୍ଚ ଦିଆନିଆ ହୋଇଛି।

ଭଣ୍ଡାରି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜାମାତା ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କର ଭିଣୋଇ ରବର୍ଟ ଭଦ୍ରାଙ୍କର ଘନିଷ୍ଠ ସହଯୋଗୀ ବୋଲି ବିଶ୍ୱାସ କରଯାଏ।

By amfnews

Related Post