Thu. Sep 24th, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୭ ଆହତ

189 Views

ନୀଳଗିରି :  ସେରଗଡ଼-ଉଦଳା ରାସ୍ତାର କଡ଼ମ୍ବସାହି ନିକଟ ପାନବରଜ ଛକରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ସାତ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଗୁରୁବାରୀ ସିଂହ ଓ ମିନତୀ ସିଂହ। ସମସ୍ତ ଆହତଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଶ୍ରମିକ ଓ ସେମାନେ ଏକ ନିର୍ମାଣ କାର୍ଯ୍ୟ ପାଇଁ ଯାଉଥିଲେ।

ଆଜି ସକାଳେ ପିକ୍‌ଅପ୍‌ ଭ୍ୟାନ୍‌ଟି ଏକ ମିକ୍ସଚର ମେସିନ୍‌ ସହ ୯ଜଣ ଶ୍ରମିକମାନଙ୍କୁ ନେଇ କାର୍ଯ୍ୟସ୍ଥଳକୁ ଯାଉଥିଲା। ଏହି ସମୟରେ ପାନବରଜ ଛକ ଠାରେ ଭାରସାମ୍ୟ ହରାଇ ଏହା ଓଲଟି ପଡ଼ିଥିଲା। ଏଥିଯୋଗୁ ମିକ୍ସଚର ମେସିନ୍‌ରେ ଚାପି ହୋଇ ଦୁଇ ଜଣ ମହିଳା ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।  ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post