Fri. Oct 2nd, 2026

‘ପିଏମ୍‌ ନରେନ୍ଦ୍ର ମୋଦୀ’ରେ ଗୀତ ନ ଲେଖି ବି ଗୀତିକାର ତାଲିକାରେ ନିଜ ନାଆଁ ଦେଖି ବିସ୍ମିତ ହେଲେ ଜାଭେଦ୍‌ ଅଖତର୍‌

400 Views

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ସିନେମା ପିଏମ୍‌ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦୀ’ର ଟ୍ରେଲର ରିଲିଜ୍‌ ହେବାପରେ ବିବାଦ ଉପୁଜିଛି। ଫିଲ୍ମର ଟ୍ରେଲରରେ କ୍ରେଡିଟିରେ ଗୀତିକାର ତାଲିକାରେ ନିଜ ନାଆଁ ଦେଖି ବିସ୍ମିତ ହୋଇଛନ୍ତି ୭୪ ବର୍ଷୀୟ ଗୀତିକାର ଜାଭେଦ୍‌ ଅଖତର୍‌। ଏହାର ଗୀତିକାର ତାଲିକାରେ ଜାଭେଦ୍‌ ଅଖତରଙ୍କ ବ୍ୟତୀତ ପ୍ରସୁନ ଯୋଶୀ, ଅଭେନ୍ଦ୍ର କୁମାର ଉପାଧ୍ୟୟ, ସାରଦା, ଗୈରି ଜି ଓ ଲଭରାଜଙ୍କ ନାଆଁ ମଧ୍ୟ ଅଛି।

ଜାଭେଦ୍‌ ଅଖତାର ଏହାର ପ୍ରମାଣକୁ ମଧ୍ୟ ସୋସିଆଲ ମିଡିଆରେ ସେଆର୍‌ କରିଛନ୍ତିି। ସେ ଲେଖିଛନ୍ତି, ‘ମୁଁ ଏହି ଫିଲ୍ମର ପୋଷ୍ଟରରେ ନିଜ ନାଆଁ ଦେଖି ବିସ୍ମିତ। କାରଣ ଏହି ସିନେମା ପାଇଁ ମୁଁ କୌଣସି ଗୀତ ଲେଖି ନାହିଁ।’ ।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ‘ପିଏମ୍‌ ମୋଦୀ’ରେ ବିବେକ ଓବେରଏ ଟାଇଟଲ ରୋଲରେ ଅଛନ୍ତି। ନିର୍ମାତା ସନ୍ଦୀପ ସିଂହ ଓ ଲୋକପ୍ରିୟ ଅଭିନେତା ସୁରେଶ ଓବେରଏଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହେଉଛି ଏହି ସିନେମା ।

By amfnews

Related Post