Fri. Oct 2nd, 2026

ପାୱାର କଟ୍ ବନ୍ଦ ପାଇଁ ରାଉରକେଲା ମେନ୍ ରୋଡ୍ ମାର୍କେଟ ଆସୋସିଏସନର ଦାବି

232 Views

ରାଉରକେଲା,  ନଭେମ୍ବର।. ୪ : ରାଉରକେଲା ମେନ୍ ରୋଡ ମାର୍କେଟ ଆସୋସିଏସନର ଏକ ପ୍ରତିନିଧି ଦଳ ଉଦିତନଗର ସ୍ଥିତ ୱେସ୍କୋ କାର୍ଯ୍ୟାଳୟର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କୁ ସାକ୍ଷାତ କରି ରାଉରକେଲା ମୁଖ୍ୟ ରାସ୍ତାରେ ସନ୍ଧ୍ୟା ସାଢେ ୫ଟାରୁ ସାଢେ ୬ଟା ପର୍ଯ୍ୟନ୍ତ କରାଯାଉଥିବା ପାୱାର କଟ୍କୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରାଯାଇଛି । ବର୍ତ୍ତମାନ ମା’ କାଳୀପୂଜା ଏବଂ ଧନତେରସ ପର୍ବ ସମୟ ହୋଇଥିବାରୁ ଜନସାଧାରଣ ଦୋକାନ ବଜାରରେ କ୍ରୟ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେବା ସହ ଛୋଟ ବଡ ଚୋରି, ଛିନ୍ତାଇର ସମ୍ମୁଖୀନ ହେଉଛନ୍ତି ।

ଭାଜପା ରାଜ୍ୟ ସମ୍ପାଦକ ଧିରେନ ସେନାପତିଙ୍କ ସହିତ ଆସୋସିଏସନ ତରଫରୁ ଦେବଜିତ ପ୍ରସାଦ, ବିନୋଦ ଅଗ୍ରୱାଲ, ଅନୁପ ପାଣ୍ଡେ, ମହେନ୍ଦ୍ର ସୋନୀ, ରାଧେ ସାହୁ ପ୍ରମୁଖ ଏନେଇ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଏସ୍.ସି. ପାତ୍ର ଓ ଓପିଡିସିଏଲ୍ ଡିଜିଏମ୍ଙ୍କ ସହ ଆଲୋଚନା କରିଥିଲେ । ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଶ୍ରୀ ପାତ୍ରଙ୍କ ପତ୍ର ସଂ. ଟେକ୍/୨୭୪୪(୨), ତା-୨.୧୧.୧୮ ଓ ଡିଜିଏମ୍ (ଓପିଟିସିଏଲ୍)ଙ୍କୁ ୨ ତାରିଖରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପାୱାର କଟ୍ ବନ୍ଦ କରିବା ପାଇଁ ଅନୁରୋଧ କରିବା ସହ ପ୍ରତିନିଧି ମଣ୍ଡଳୀକୁ ୧୦ ତାରିଖ ପର୍ଯ୍ୟନ୍ତ ପାୱାର କଟ୍ ବନ୍ଦ ରଖାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

By amfnews

Related Post