Thu. Jul 2nd, 2026

ପାରିବାରିକ ବ୍ୟବସାୟ ର‍୍ୟାଙ୍କରେ ଭାରତ ତୃତୀୟ

241 Views

ମୁମ୍ବାଇ  : ପାରିବାରିକ ବ୍ୟବସାୟ ର‍୍ୟାଙ୍କରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଚୀନ୍‌ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଆମେରିକା ଅଛି। ଚୀନ୍‌ରେ ସର୍ବାଧିକ ୧୫୯ଟି କମ୍ପାନି ପାରିବାରିକ ମାଲିକାନାରେ ଥିବାବେଳେ ଆମେରିକାରେ ୧୨୧ଟି କମ୍ପାନି ପାରିବାରିକ ମାଲିକାନାରେ ରହିଛି। ଭାରତ ପଛକୁ ହଂକଂରେ ୭୨ଟି, ଫ୍ରାନ୍ସରେ ୪୫ଟି, ଦକ୍ଷିଣ କୋରିଆରେ ୪୩ଟି, ଜର୍ମାନୀରେ ୪୨ଟି, ସ୍ୱିଜରଲାଣ୍ଡରେ ୩୨ଟି, ଇଟାଲିରେ ୨୭ଟି ଏବଂ ଥାଇଲାଣ୍ଡରେ ୨୬ଟି କମ୍ପାନି ପାରିବାରିକ ମାଲିକାନାରେ ରହିଥିବା କ୍ରେଡିଟ୍‌ ସୁଇସ୍‌ ରିପୋର୍ଟରୁ ଜଣାପଡ଼ିଛି। ଭାରତରେ ୧୧୧ଟି ପାରିବାରିକ ବ୍ୟବସାୟ ରହିଛି ଯେଉଁଗୁଡ଼ିକର ମୋଟ ବଜାର ପୁଞ୍ଜି ୮୩, ୯୦୦ କୋଟି ଡଲାର ରହିଛି। ପରିବାର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଥିବା ଭାରତୀୟ କମ୍ପାନି ଗୁଡ଼ିକ ୨୦୦୬ ମସିହାରୁ ବାର୍ଷିକ ୧୩.୯ ପ୍ରତିଶତ ହାରରେ ରିଟର୍ଣ୍ଣ ବା ଲାଭ କରିଆସୁଛନ୍ତି।

By amfnews

Related Post