Wed. Sep 23rd, 2026

ପାରାଦ୍ୱୀପ: ବେଳାଭୂମି ସଫେଇ ବେଳେ ସମୁଦ୍ରରେ ବୁଡ଼ିଗଲେ ୩ ଛାତ୍ର

394 Views

ପାରାଦ୍ୱୀପ : ମଙ୍ଗଳବାର ସକାଳ ସାଢ଼େ ଆଠଟା ବେଳେ ପାରାଦ୍ୱୀପ ପୌର ପରିଷଦ୍‌ ଆନୁକୂଲ୍ୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତିନି ଜଣ ଛାତ୍ର ବଙ୍ଗୋପସାଗରରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ସମୁଦ୍ରରେ ନିଖୋଜ ହୋଇ ଯାଇଛନ୍ତି।

ସ୍ଥାନୀୟ ଲୋକେ ଏବଂ ଦମକଳ ବାହିନୀଦ୍ୱାରା ଉଦ୍ଧାର ହୋଇଥିବା ଛାତ୍ରଦ୍ୱୟ ହେଲେ ଶୁଭମ୍‌ କୁଲୁ ଓ ସାଇ ଜ୍ୟୋତି। ସାଙ୍ଘାତିକ ଅବସ୍ଥାରେ ସେମାନଙ୍କୁ ପୋର୍ଟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନିରୁଦ୍ଦେଶ ଛାତ୍ରଜଣକ ହେଉଛନ୍ତି ଅଂଶୁମାନ ଦାସ। ଏମାନେ ପାରାଦ୍ୱୀପ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର।

ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ପୌରପରିଷଦ୍‌ ଆୟୋଜନ କରିଥିବା ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ପିଲାମାନେ ଭାଗ ନେଇଥିଲେ।

ସଫେଇ ପରେ ସଭା ଚାଲିଥିଲା। ଏହି ସମୟରେ କିଛି ପିଲା ମଜା କରିବାକୁ ସମୁଦ୍ରରେ ପଶିଥିବା ବେଳେ ଅଘଟନ ଘଟିଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ନିଖୋଜ ଛାତ୍ରଙ୍କୁ ଠାବ କରିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି।

By amfnews

Related Post