Sun. Sep 27th, 2026

ପାରାଦୀପରେ କଲରାପତରିଆ ବାଘ ଆତଙ୍କ

221 Views

ପାରାଦୀପ  : ପାରାଦୀପରେ କଲରା ପତରିଆ ବାଘ ଆତଙ୍କ। ଏଲ୍‌ପିଜି ଟର୍ମିନାଲ ଭିତରେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏକ ବାଘ ବୁଲୁଥିବା ନେଇ ଖବର ପ୍ରଚାରିତ ହୋଇଥିଲା। ବାଘର ପାଦଚିହ୍ନ ମଧ୍ୟ ସେଠାରେ ଦେଖିବାକୁ ମିଳିଛି। ସେଠାରେ ଥିବା ସୁରକ୍ଷାକର୍ମୀ ବାଘକୁ ଦେଖିବା ପରେ ବନବିଭାଗ ଓ ପୁଲିସ୍‌କୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ତୁରନ୍ତ ପିପିଏଲ୍‌ ଫାଣ୍ଡି ପୁଲିସ୍‌ କର୍ମଚାରୀ ପହଞ୍ଚିଥିଲେ। ଏ ନେଇ ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଆଜି ସକାଳ ସୁଦ୍ଧା କୌଣସି ବନ ବିଭାଗ ଅଧିକାରୀ ପହଞ୍ଚି ନ ଥିବା ଜଣାଯାଇଛି। ବାଘ ବୁଲୁଥିବା ଖବର ଶୁଣି ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ରହିଛନ୍ତି। ତେବେ ଏହା କଲରାପତରିଆ ବାଘ    ନା ଆଉ କିଛି ସ୍ପଷ୍ଟ ହୋଇନାହିଁ ।

ଗତକାଲି ବିଳମ୍ବିତ ରାତିରେ ବାଘଟି ଏଲ୍‌ପିଜି ଟର୍ମିନାଲ ପରିସରରୁ ବାହାରି ଜନବସତି ଆଡ଼େ ପଳାଇ ଆସିଥିବା ଜଣାଯାଇଛି।  ବାଘ ସନ୍ଦେହରେ ଆତଙ୍କିତ ହୋଇ ପଡିଛନ୍ତି କମ୍ପାନୀ ପରିସରରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଅଞ୍ଚଳବାସୀ। ତେବେ ଏହାକୁ ଧରିବା ଲାଗି  ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

By amfnews

Related Post