Thu. Jul 23rd, 2026

ପାରାଦୀପ ବନ୍ଦରର ୫୯ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାରାଥନ୍ ପ୍ରତିଯୋଗିତା

214 Views

ପାରାଦୀପ: ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଥିବା ପାରାଦୀପ ବନ୍ଦରର ୫୯ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାରାଥନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ପ୍ରତିଯୋଗୀମାନେ ଯୋଗ ଦେଇଥିଲେ। ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ଏହି ମାରାଥନକୁ ପାରାଦୀପ ବନ୍ଦରର ଅଧ୍ୟକ୍ଷ ରାକେଶ ରାୟ ପତାକା ଦେଖାଇ ଉଦ୍ଘାଟନ କରିଥିଲେ | ଏହାକୁ ନେଇ ସେହି ଅଞ୍ଚଳରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଏହି ମାରାଥନରେ ୫୯୩ ଜଣ ପୁଅ ଓ ୮୫ ଜଣ ଝିଅ ଅଂଶ ଗ୍ରହଣ କରିଥିଲେ | ଦୀର୍ଘ ୧୪ କିମି ରାସ୍ତା ଅତିକ୍ରମ କରି ଗୋପବନ୍ଧୁ ଷ୍ଟାଡିୟମରେ ଆସି ପ୍ରତିଯୋଗୀମାନେ ପହଞ୍ଚିଥିଲେ। ପ୍ରତିଯୋଗୀମାନଙ୍କ ମଧ୍ୟରୁ ଅନୁଗୁଳର ସୁଧାଂଶୁ ନାୟକ ପ୍ରଥମ, ମାଲକାନଗିରିର ବୁଦରା ବିଶି ନାୟକ ଦ୍ବିତୀୟ, ଝାଡ଼ଖଣ୍ଡର ମୁକୁନ୍ଦ ବାନ୍ଦ୍ରା ତୃତୀୟ ବିବେଚିତ ହୋଇଥିଲେ। ଠିକ୍ ସେହିପରି ମହିଳା ପ୍ରତିଯୋଗୀମାନଙ୍କ ମଧ୍ୟରେ ମୟୂରଭଞ୍ଜର ଇତିଶ୍ରୀ ମହାନ୍ତ ପ୍ରଥମ, ସନ୍ଧ୍ୟା ମୁର୍ମୁ ଦ୍ବିତୀୟ ଓ ଝାଡ଼ଖଣ୍ଡର ସାକ୍ର ବାଶ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ |

By amfnews

Related Post