Fri. Jun 12th, 2026

ପାରଳାରେ ମହାଦେଈ କଲ୍ୟାଣୀ ଗଜପତିଙ୍କ ଶାସନ ଆରମ୍ଭ

282 Views

ପାରଳାଖେମୁଣ୍ଡି : ପାରଳାରେ ମହାଦେଈ କଲ୍ୟାଣୀ ଗଜପତିଙ୍କ ଶାସନ ଆରମ୍ଭ ହୋଇଛି। ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ପରେ ରାଜ ପରିବାର ରୀତିନୀତି ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ତାଙ୍କ କନ୍ୟା କଲ୍ୟାଣୀ ଗଜପତି। ବିଧିବଦ୍ଧ ଭାବେ ରାଜ ପୁରୋହିତ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଥିଲେ। ଏହାପରେ ପାରଳା ରାଜ ପରିବାରର ଦାୟିତ୍ୱ ଗ୍ରହଣ କରିଛନ୍ତି କଲ୍ୟାଣୀ ଗଜପତି ରାଜଦେଇ।

ଗତକାଲି ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିଲା। ଏହାପରେ ମରଶରୀରକୁ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ନିଆଯାଇଥିଲା। ମରଶରୀର ପାରଳାଖେମୁଣ୍ଡି ରାଜନହରରେ ପହଞ୍ଚିବା ପରେ ପ୍ରଥମେ ତାଙ୍କ ଝିଅ ଗଜପତି କଲ୍ୟାଣୀ ରାଜଙ୍କ ରାଜ୍ୟାଭିଷେକ କରାଯାଇଥିଲା । ଏହାପରେ ତାଙ୍କୁ ସିଂହାସନ ଆରୋହଣ କରାଯାଇଥିଲା। ସିଂହାସନରେ ରାଜଦେଈ ବସି ନିର୍ଦ୍ଦେଶ ଦେବା ପରେ ମହାରାଜ ଗୋପୀନାଥ ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ପାରଳା ଇତିହାସରେ ଜଣେ ମହିଳା ରାଜ ସିଂହାସନ ଆରୋହଣ କରିବାର ଏହା ହେଉଛି ପ୍ରଥମ ଘଟଣା।

By amfnews

Related Post