Mon. Aug 17th, 2026

ପାରଳାରେ ଜାଲ୍‌ନୋଟ ଛାପାଖାନା ଠାବ : ଅଢେଇ ଲକ୍ଷ ଟଙ୍କାର ୫ ଶହ ଟଙ୍କିଆ ଜବତ, ଦୁଇ ଗିରଫ

404 Views

ପାରଳାଖେମୁଣ୍ଡି : ଆଜି ପାରଳା ପୁଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ସ୍ଥାନୀୟ ଶ୍ରୀଧର ନଗର ଦ୍ବିତୀୟ ଗଳିର ଏକ ଭଡ଼ା ଘରେ ଚାଲିଥିବା ଜାଲ ନୋଟ ଛାପାଖାନାର ପର୍ଦ୍ଦାଫାଶ କରାଯିବା ସହ ଅଢେଇ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଗଜପତି ଏସପି ସାରା ଶର୍ମା ପ୍ରକାଶ କରିଛନ୍ତି ।

କୌଣସି ସୂତ୍ରରୁ ସୂଚନା ପାଇ ଏସଡ଼ିପିଓ ଠାକୁର ପ୍ରସାଦ ପାତ୍ର ଏବ˚ ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଏକ ପୁଲିସ ଦଳ ଶ୍ରୀଧର ନଗରର ଏକ ଭଡ଼ା ଘର ଉପରେ ଚଢାଉ କରିଥିଲେ। ସେଠାରେ ଯାହା ଦେଖିଲେ ଚକିତ ହୋଇଯାଇଥିଲେ। ଘର ସାରା ୫ଶହ ଟଙ୍କିଆ ନୋଟ ବିଛାଯାଇ ଶୁଖାଯାଇଥିଲା। ନିକଟରେ ନୋଟ ଛାପିବା ପାଇଁ ସର˚ଜାମ ସହ କଟି˚ଗ ହୋଇଥିବା କାଗଜ ବିଡ଼ା ଗଚ୍ଛିତ ରହିଥିଲା। ପାରିପାର୍ଶ୍ବିକ ସ୍ଥିତି ଏବ˚ ସର˚ଜାମକୁ ଦେଖିବା ପରେ ଜବତ ହୋଇଥିବା ଅଢେଇ ଲକ୍ଷ ଟଙ୍କାର ୫ ଶହ ଟଙ୍କିଆ ନୋଟ ଗୁଡ଼ିକ ଜାଲ ବୋଲି ଜଣାପଡ଼ିଥିଲା। ଏହି ଘଟଣାରେ ତିନି ଜଣ ଲିପ୍ତ ରହିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ – ଗୁରାଣ୍ଡି ଥାନା ମଦେଇପୁରର କରୁଣାକର ପରିଡ଼ା ଓ ଆନ୍ଧ୍ର ମେଳିଆପୁଟ ଥାନାର ବସୁନ୍ଧରା ଗ୍ରାମର ସନ୍ତୋଷ ମାଝି । ଅନ୍ୟ ଜଣେ ଫେରାର ହୋଇଯାଇଛି।

ନିର୍ବାଚନ ଗହଳି ମଧୢରେ ବହୁଳ ପରିମାଣରେ ଜାଲ ନୋଟର କାରବାର କରିବା ଉଦ୍ୟମ କରାଯାଉଥିଲା ବୋଲି ଏସପି ସାରା ଶର୍ମା ସନ୍ଦେହ ବ୍ୟକ୍ତ କରିଛନ୍ତି।

By amfnews

Related Post