Thu. May 14th, 2026

ପାନ୍‌ କାର୍ଡ ଆବେଦନ ପାଇଁ ବାପାଙ୍କ ନାଁ ଦରକାର ହୋଇ ନ ପାରେ

291 Views

ନୂଆଦିଲ୍ଲୀ: ଆୟକର ଟିକସ ନିୟମ ୧୧୪ରେ ସଂଶୋଧନ ପାଇଁ ଆଗତ ଡ୍ରାଫ୍‌ଟ୍‌ ନୋଟିଫିକେସନ୍‌ରେ ପ୍ରସ୍ତାବ ଦିଆଯାଇଛି କି, ଯେଉଁମାନଙ୍କର ମାଆ ସିଙ୍ଗଲ୍‌ ପ୍ୟାରେଣ୍ଟ୍‌, ସେମାନଙ୍କ ପାଇଁ ବାପାଙ୍କ ନାମ ବାଧ୍ୟତାମୂଳକ ନୁହେଁ।

୧୯୬୨ ଆୟକର ଟିକସ ନିୟମ ୧୧୪ ଅନୁସାରେ, ପର୍‌ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର (ପାନ୍‌) ଫର୍ମ ନମ୍ବର ପାଇବା ନିମନ୍ତେ ୪୯ଏ ଏବଂ ଫର୍ମ ନମ୍ବର ୪୯ଏଏ ଦ୍ୱାରା ଆବେଦନ କରାଯିବ।

ପ୍ରଚଳିତ ନିୟମ ଅନୁସାରେ ପାନ୍‌ ପାଇବାକୁ ବାପାଙ୍କ ନାମ ଉଲ୍ଲେଖ କରିବା ବାଧ୍ୟତାମୂଳକ। କିନ୍ତୁ, ପାନ୍‌ ନିମନ୍ତେ ଉଦ୍ଦିଷ୍ଟ ଆବେଦନ ପତ୍ରର ବାପାଙ୍କ ନାମ ଉଲ୍ଲେଖ ନିୟମକୁ ବାଧ୍ୟତାମୂଳକ ନ କରିବାକୁ କେତେକ ଆବେଦନ କରୁଛନ୍ତି। ସେମାନଙ୍କର ମାଆ ସିଙ୍ଗ୍‌ଲ୍‌ ପ୍ୟାରେଣ୍ଟ୍‌ ହୋଇଥିବାରୁ ସେମାନେ ପାନ୍‌ କାର୍ଡ ପାଇଁ ଆବେଦନ କରିବାରେ ଅସୁବିଧା ଭୋଗୁଛନ୍ତି।

ଜଣେ ବ୍ୟକ୍ତିଙ୍କୁ ପାନ୍‌ ଆଲଟ୍‌ମେଣ୍ଟ୍‌ କରାଯିବାକୁ ଆବେଦନ ପତ୍ରର ଟାଇମ୍‌ଲାଇନ୍‌ ଉଲ୍ଲେଖ କରିବା ଓ ପାନ୍‌ ଇସ୍ୟୁ କରିବା ନିମନ୍ତେ ଥିବା ଆୟକର ଧାରାକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଏଥିରେ ପ୍ରସ୍ତାବ ଦିଆ ଯାଇଛି।

ଡ୍ରାଫ୍‌ଟ୍‌ ନୋଟିଫିକେସନ୍‌ ଉପରେ ମନ୍ତବ୍ୟ ଓ ପ୍ରସ୍ତାବ ଦେବା ପାଇଁ ୨୦୧୮ ସେପ୍ଟେମ୍ବର ୧୭ ତାରିଖକୁ ଶେଷ ଦିନ ରଖାଯାଇଛି।

By amfnews

Related Post