Sun. Oct 4th, 2026

ପାଣି ପାଇଁ ଯନ୍ତ୍ରୀଙ୍କୁ ଘେରିଲେ ଗାଁ ଲୋକେ

188 Views

କେନ୍ଦ୍ରାପଡ଼ା  :   ଚାଷ ଜମିକୁ ଜଳସେଚନ ଦାବିରେ ରାସ୍ତା ଅବରୋଧ କରିବା ସହ  ଜଳସଂପଦ ବିଭାଗର ଯନ୍ତ୍ରୀଙ୍କୁ ଘେରିଲେ ଗାଁ ଲୋକେ। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା  ମାର୍ଶାଘାଇ ବ୍ଲକ୍‌ରେ।  ଆଜି ଦୁଇଟି ପଞ୍ଚାୟତର  ଶତାଧିକ ଚାଷୀ ସେମାନଙ୍କ ଜମିକୁ କେନାଲ ପାଣି ନଆସିବାରୁ କେନ୍ଦ୍ରାପଡ଼ା-ଓରତ ରାସ୍ତାର ପସ୍ତା ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ଘଟଣାସ୍ଥଳରେ ଜଳସମ୍ପଦ ବିଭାଗର ଉପ ନିର୍ବାହୀ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ ପହଞ୍ଚିଥିଲେ। ଏହାପରେ ଉତ୍ତ୍ୟକ୍ତ ଚାଷୀମାନେ ଯନ୍ତ୍ରୀଙ୍କୁ ଘେରାବନ୍ଦୀ କରି ରଖିବା ସହ  ଜମିକୁ ପାଣି ନଆସିବା ପର୍ଯ୍ୟନ୍ତ ଛାଡ଼ିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ତେବେ ଖୁବ୍‌ଶୀଘ୍ର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ମର୍ଶାଘାଇ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଅନ୍ୟପକ୍ଷରେ ଚାଷୀମାନେ ବର୍ଷ ବର୍ଷ ଧରି ଜଳକର ଦେଇ ଆସୁଥିବା ବେଳେ ପାଣି ପଞ୍ଚାୟତ ଗଠନ ହୋଇଥିଲେ ମଧ୍ୟ ଜମିକୁ ପାଣି ଆସୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷଜମିକୁ ତୁରନ୍ତ  ପାଣି ନଦେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି।

By amfnews

Related Post