Mon. Oct 12th, 2026

ପାଣି ଡେକ୍‌ଚିରେ ବୁଡ଼ି ୨ ବର୍ଷର ଶିଶୁପୁତ୍ର ମୃତ

219 Views

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତ୍ରାପାଲି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ପାଣି ଡେକ୍‌ଚିରେ ବୁଡ଼ି ଏକ ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ  ପ୍ରିନ୍ସ ସାହୁ।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ଗାଁର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ ଘରେ ଖେଳୁଥିବା ବେଳେ ପରିବାରର ଅନ୍ୟମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଖେଳୁ ଖେଳୁ କେତେବେଳେ ସିଏ ଘରେ ଧାନ ସିଝାଇବା ପାଇଁ ବ୍ୟବହାର ହେଉଥିବା ଏକ ବଡ଼ ଡେକ୍‌ଚି ପାଖକୁ ଚାଲି ଯାଇଥିଲେ। ସେ ଡେକ୍‌ଚିରେ ପାଣିଥିଲା। ସେ ସେଥିରେ ମୁଣ୍ଡ ପୂରାଇ ଖେଳୁଥିବା ବେଳେ ଓଲଟି ପଡ଼ିଥିଲେ। ଫଳରେ ସେ ପାଣିରେ ବୁଡ଼ିଯାଇଥିଲେ। ତାଙ୍କ ମାଆ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

By amfnews

Related Post