Wed. Sep 23rd, 2026

ପାଣି ଟାଙ୍କିରେ ଚାଲାଣ ହେଉଥିଲା ଗଞ୍ଜେଇ; ଧରିଲା ପୁଲିସ୍‌

231 Views

ମାଲକାନଗିରି : ଗଞ୍ଜେଇ ଚାଲାଣର ନୂଆ ତରିକା। ପାଣି ଟାଙ୍କିରେ ଗଞ୍ଜେଇ ଚାଲାଣ ବେଳେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ପୁଲିସ ଗତକାଲି  ଏହିସବୁ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି।  ମୋଟ ୧୪୪୩ କିଲୋ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ଦେଢ଼ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜବତ ହୋଇଥିବା ଗଞ୍ଜେଇ  ମାଲକାନଗିରିରୁ ଉତ୍ତର ପ୍ରଦେଶ ଯାଉଥିଲା।  ତେବେ ଜିଲ୍ଲାରେ ବର୍ତ୍ତମାନ ସୁଧା ୨୨ ହଜାର କିଲୋ ଗଞ୍ଜେଇ ପୁଲିସ୍‌ ଜବତ କରିଛି।  ଏଥିସହ ୨୦୧ ଜଣଙ୍କ ଗଞ୍ଜେଇ ମାଫିଆକୁ ଗିରଫ କରିଥିବା ବେଳେ ୮୧ ଟି ଯାନବାହନ ଜବତ କରାଯାଇଛି।

By amfnews

Related Post