Sat. Apr 25th, 2026

ପାଟକୁରା ଭୋଟ୍‌; ଦିନ ଗୋଟାଏ ସୁଦ୍ଧା ୪୨% ମତଦାନ

201 Views

ଭୁବନେଶ୍ୱର  :  ପାଟକୁରା ବିଧାନସଭା ଆସନ ପାଇଁ ଆଜି ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ଚାଲିଛି। ଦିନ ଗୋଟାଏ ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି । ସକାଳ ୯ଟା ସୁଦ୍ଧା ୧୨ ପ୍ରତିଶତ ମତଦାନ ହୋଇଥିଲା ବେଳେ  ଦିନ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଥିଲା।

ଆଜି ସକାଳେ ଭୋଟ୍ ଆରମ୍ଭ ହେବା ପରେ ୨୭୮ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେଣୁ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା। ସେହିପରି ଭୋଟ୍ ଗ୍ରହଣ ଚାଲିଥିବା ବେଳେ କିଣିଲୋ ସ୍ଥିତ ୩୦୭ ନମ୍ବର ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିରକୁଟିକୁ ନେଇ ଏଠାରେ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉତ୍ତେଜନା କାରଣରୁ ଏଠାରେ ମତଦାନ ବନ୍ଦ ରହିଥିଲା। ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

By amfnews

Related Post