Fri. Sep 25th, 2026

ପାଞ୍ଚ ବର୍ଷିୟ ପୁଅର ତଣ୍ଟିକାଟି ହତ୍ୟା କଲେ ବାପା

264 Views

ରାଉକେଲା : ସୋମବାର ସକାଳେ ବନ୍ଧମୁଣ୍ଡା ବି. ବ୍ଲକ୍‌ ଅନ୍ତର୍ଗତ ଆର୍‌ଏସ୍‌ କଲୋନି ଅଞ୍ଚଳର ଝୁମ୍ପୁଡ଼ିବସ୍ତିରେ ଜଣେ ବାପା ତାଙ୍କର ପାଞ୍ଚ ବର୍ଷିୟ ପୁଅର ତଣ୍ଟି କାଟି ହତ୍ୟା କରିଛନ୍ତି।

ମୃତୁ ବାଳକର ନାମ ଅନୁଗ୍ରହ ଓରାମ। ଅଭିଯୁକ୍ତ ପିତା ୪୦ ବର୍ଷିୟ ହୋଣ୍ଡୋ ଓରାମ୍‌ ସକାଳ ସାଢ଼େ ଛଅଟା ବେଳେ ଗୋଟାଏ ଛୁରି ଦ୍ୱାରା ନିଜର ଏକମାତ୍ର ପୁଅ ଅନୁଗ୍ରହର ତଣ୍ଟିକାଟି ହତ୍ୟା କରିଛନ୍ତି। ଘଟଣା ସମୟରେ ଅଭିଯୁକ୍ତଙ୍କ ପତ୍ନୀ ସୁଖୋଁ ଓରାମ ଗାଧୋଇ ଯାଇଥିଲେ। ସେ ଫେରିଆସି ଦେଖିଲା ବେଳକୁ ପୁଅ ରକ୍ତାକ୍ତ ହୋଇ ବିଛଣାରେ ପଡ଼ିଛି। ସେ ଚିତ୍କାର କରିବାରୁ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଖବର ପାଇ ବନ୍ଧମୁଣ୍ଡା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଅଭିଯୁକ୍ତ ହୋଣ୍ଡୋଙ୍କୁ ଗିରଫ କରିଛନ୍ତି। ବ୍ୟବଚ୍ଛେଦ ନିମନ୍ତେ ଅନୁଗ୍ରହର ଶବକୁ ଡାକ୍ତରଖାନା ପଠାଯାଇଛି। ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ମଧ୍ୟ ପୁଲିସ ଉଦ୍ଧାର କରିଛି। ଅଭିଯୁକ୍ତଙ୍କ ନାମରେ ନରହତ୍ୟା ମାମଲା ରୁଜୁ କରିଛି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ଏହା ଦାମ୍ପତ୍ୟ କହଳଜନିତ ଘଟଣା ବୋଲି ଶୁଣାଯାଉଛି।

By amfnews

Related Post