Tue. Oct 13th, 2026

ପାଞ୍ଚ ଦିନ ଯାଏଁ କେବଳ ଆଳୁ ଖାଇଲେ, ମିଳିବ ଏହି ଫାଇଦା

362 Views

ଆପଣମାନେ ଶୁଣିଥିବେ ଯେ ଯଦି ନିଜର ଓଜନ କମ୍‌ କରିବାକୁ ଚାହାଁନ୍ତି,ତେବେ କାର୍ବୋହାଇଡ୍ରେଟ୍‌ସର ମାତ୍ରା କମ୍‌ ଭାବେ ନେବା ଦରକାର। ଅନେକ ଲୋକ ଓଜନ କମ୍‌ କରିବାକୁ ଆଦୌ ଆଳୁ ମଧ୍ୟ ଖାଇ ନ ଥାନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ,ଲଗାତାର ୫ ଦିନ ଯାଏଁ ଆଳୁ ଖାଇଲେ ନିଜ ଶରୀରର ଓଜନ ନିୟନ୍ତ୍ରଣରେ ତାହା ଯଥେଷ୍ଟ ସହାୟକ ହେବ।

ଏକ ମଧ୍ୟମ ଆକାରର ଆଳୁରେ ୧୬୮ କ୍ୟାଲୋରି ଥାଏ, କିନ୍ତୁ ସିଝା ଆଳୁରେ ଥାଏ ମାତ୍ର ୧୦୦ କ୍ୟାଲୋରି। ବୈଜ୍ଞାନିକମାନଙ୍କ ଅନୁଯାୟୀ, ଆଳୁ ଏଭଳି ଏକ ଖାଦ୍ୟ ଯାହା ଶରୀର ଓଜନ ହ୍ରାସ କରିଥାଏ। ଯଦି ଆପଣ ଦିନକ ଭିତରେ ୧୦ ଟି ଆଳୁ ଖାଇବେ,ତେବେ ବି ଆପଣ ସୁସ୍ଥ ରହିବେ। ଆଳୁରେ ଫାଇବର ଓ ପ୍ରୋଟିନ୍‌ ବ୍ୟତୀତ ଭିଟାମିନ୍‌ ବି,ସି, ଆଇରନ୍‌,କାଲସିଅମ୍‌,ମାଙ୍ଗନିଜ୍‌,ଫସଫରସ୍‌ ଭଳି ପୁଷ୍ଟିକର ତତ୍ତ୍ୱ ମଧ୍ୟ ରହିଛି। ଏହି କାରଣରୁ ଅଧିକ ମାତ୍ରାରେ ଆଳୁ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ନୁହେଁ ବୋଲି କୁହାଯାଇଛି।

By amfnews

Related Post