Thu. Jun 11th, 2026

ପାକିସ୍ତାନୀ ସଂଗଠନ ଦ୍ୱାରା ଭାରତ ସାମ୍ପ୍ରଦାୟିକ ଦଙ୍ଗା ଓ ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହେବ

304 Views

ଓ୍ଵାସିଂଟନ୍‌, ଜାନୁଆରୀ ୩୦ : ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଜାତୀୟ ଗୁଇନ୍ଦାର ନିର୍ଦେଶ ଡାନ୍‌ କୋଟ୍‌ସ୍‌ ମଙ୍ଗଳବାର ଦିନ କହିଛନ୍ତି ଯେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଦଳ ଉଭୟ ଭାରତ ଓ ଆଫଗାନିସ୍ଥାନରେ ଆକ୍ରମଣ ଚାଲୁ ରଖିବେ।

ସେ ଯୋର୍‌ ଦେଇ କହିଛନ୍ତି ଯେ ଜୁଲାଇ ମଧ୍ୟ ଭାଗରେ ଆଫଗାନିସ୍ତାନରେ ରାଷ୍ଟ୍ରପତୀୟ ନିର୍ବାଚନ, ତାଲିବାନର ବଡ଼ ଧରଣର ଆକ୍ରମଣ, ଆତଙ୍କବାଦୀ ଦଳଗୁଡ଼ିକୁ ଦମନ କରିବାକୁ ପାକିସ୍ତାନର କୁଣ୍ଠାବୋଧ ଏବଂ ଭାତରେ ସାଧାରଣ ନିର୍ବାଚନ ଥିବାରୁ ୨୦୧୯ରେ ଦକ୍ଷିଣ ଏସୀୟ ରାଷ୍ଟ୍ର ସବୁ ଅଧିକ ଚାଲେଞ୍ଜ୍‌ର ସମ୍ମୁଖୀନ ହେବାକୁ ଯାଉଛନ୍ତି।

ଆମେରିକୀୟ ଗୁଇନ୍ଦା ବିଭାଗର ମୁଖ୍ୟ କହିଛନ୍ତି ଯେ ଆତଙ୍କବାଦ ଦମନ କ୍ଷେତ୍ରରେ ପାକିସ୍ତାନର ସଂକୀର୍ଣ୍ଣ ମନୋଭାବ ଗ୍ରହଣ କରିବା ସହ ଆତଙ୍କ ଦଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି। କେବଳ ପାକିସ୍ତାନ ପ୍ରତି ସିଧାସଳଖ ଯେଉଁ ଆତଙ୍କବାଦୀମାନେ ବିପଦ୍‌ ବୋଲି ଜଣାପଡୁଛନ୍ତି, କେବଳ ସେହିମାନଙ୍କୁ ହିଁ ସେ ମୁକାବିଲା କରୁଛି।

ବିଶ୍ୱବ୍ୟାପୀ ଆତଙ୍କବାଦୀ ଓ ସେ ଭଳି ଅନ୍ୟାନ୍ୟ ବିପଦ୍‌ର ସମୀକ୍ଷାକୁ ଆମେରିକୀୟ ଗୁଇନ୍ଦା ଏଜେନ୍‌ସିର ମୁଖ୍ୟ କୋଟ୍‌ସ୍‌ ସିନେଟ୍‌ ସିଲେକ୍ଟ୍‌ କମିଟି ସମ୍ମୁଖରେ ହାଜର ହୋଇ ଏ କଥା କହିଛନ୍ତି।

By amfnews

Related Post