Fri. May 22nd, 2026

ପାକିସ୍ତାନରେ ଏଥର ପାଳନ ହେବ ବସନ୍ତୋତ୍ସବ

246 Views

ଲାହୋର, ଡିସେମ୍ବର ୨୦ : ପାକିସ୍ତାନର ପଂଜାବ ରାଜ୍ୟରେ ଆସନ୍ତା ବର୍ଷ ବସନ୍ତୋତ୍ସବ ପାଳନ ହେବ। ସରକାର ବସନ୍ତୋତ୍ସବର ଆୟୋଜନକୁ ୧୨ ବର୍ଷ ପରେ ପ୍ରତିବନ୍ଧକ ଶେଷ କରି ଦେଇଛନ୍ତି। ବସନ୍ତ ଋତୁର ଆରମ୍ଭରେ ପଂଜାବୀ ସଂପ୍ରଦାୟର ଲୋକମାନେ ଏହା ପାଳନ କରିଥାନ୍ତି।

ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପଂଜାବର ସୂଚନା ଏବଂ ସଂସ୍କୃତି ମନ୍ତ୍ରୀ ଫୈୟାଜୁଲା ହାସନ କୋହନ କହିଛନ୍ତି, ଏହି ପରଂପରାଗତ ଉତ୍ସବ ୨୦୧୯ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ପାଳନ କରାଯିବ। ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ଫୈୟାଜୁଲା କହିଛନ୍ତି, ଉତ୍ସବ ପାଳନ ପାଇଁ ଏକ କମିଟି ଗଠନ କରାଯିବ, ଯେଉଁଥିରେ ପଂଜାବର ଆଇନ୍‌ ମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପ୍ରଶାସନିକ ଅଧିକାରୀ ସଦସ୍ୟ ରହିବେ।

କମିଟି ନିର୍ଦ୍ଧାରଣ କରିବ ଯେ, ପର୍ବକୁ କେମିତି ନକରାତ୍ମକ ବିନ୍ଦୁରୁ ବଂଚାଯାଇ ପାରିବ। ମନ୍ତ୍ରୀ କହିଛନ୍ତି, ଏଥର ଲାହୋରବାସୀ ନିଶ୍ଚିତ ଭାବରେ ବସନ୍ତ ମହୋତ୍ସବ ପାଳନ କରିବେ। ପଂଜାବରେ ୨୦୦୭ରେ ଏହି ପର୍ବର ପାଳନକୁ ନିଷିଦ୍ଧ କରି ଦିଆଯାଇଥିଲା। ଗଡ଼ି ଉଡ଼ାଇବାରେ ବ୍ୟବହାର ହୋଇଥିବା ମାଂଝେ ଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ବସନ୍ତୋତ୍ସବ ପାଳନ ବନ୍ଦ କରି ଦିଆଯାଇଥିଲା।

By amfnews

Related Post