Wed. Sep 23rd, 2026

ପାକିସ୍ତାନ ଡାକ୍ତରଖାନାରେ ଆତ୍ମଘାତୀ ବିସ୍ଫୋରଣ; ୩ ମୃତ, ୭ ଆହତ

255 Views

ଇସ୍‌ଲାମାବାଦ୍‌  : ରବିବାର ସକାଳେ ଡେରା ଇସ୍‌ମାଇଲ୍‌ ଖାଁ ଜିଲ୍ଲାର ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଡାକ୍ତରଖାନାର ମୁଖ୍ୟ ଫାଟକରେ ଆତ୍ମଘାତୀ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ସାତ ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ଡାକ୍ତରଖାନାର ଟ୍ରମା ସେଣ୍ଟର୍‌ ମଧ୍ୟକୁ ପ୍ରବେଶ କରୁଥିବା ରୋଗୀ ଓ କର୍ମଚାରୀଙ୍କ ସମେତ ଲୋକମାନଙ୍କ ଉପରେ ଆତ୍ମଘାତୀ ବିସ୍ଫୋରଣକାରୀ ଆକ୍ରମଣ କରିଥିଲା।ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ଶବ ଓ ଆହତମାନଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗକୁ ନେଇ ଯାଇଥିଲେ।

ଜଣେ ଡାକ୍ତରଖାନା କର୍ମଚାରୀ କହିଛନ୍ତି ଯେ ତିନି ଜଣ ଆହତ ବ୍ୟକ୍ତିଙ୍କ ଅବସ୍ଥା ସାଙ୍ଘାତିକ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। 
ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରି ନାହାନ୍ତି। ରବିବାର ସକାଳେ ଅନ୍ୟ ଗୋଟାଏ ଘଟଣାରେ କେତେକ ଅଜ୍ଞାତ ବନ୍ଧୁକଧାରୀ ଜିଲ୍ଲାର ପୁଲିସ ଚେକ୍‌ ଗେଟ୍‌ ଉପରେ ଗୁଳି ଚଳାଇବାରୁ ଦୁଇ ଜଣ ପୁଲିସ କର୍ମଚାରୀ ନିହତ ହୋଇଛନ୍ତି।

By amfnews

Related Post