Mon. Oct 5th, 2026

ପାଉଁଶ ହୋଇଗଲା ତିନୋଟି ପରିବାରର ଘର

229 Views

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସି ଅନ୍ତର୍ଗତ କାକଂରା ଗାଁରେ ଗତକାଲି ବିଳମ୍ୱିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ତିନୋଟି ପରିବାରର ୭ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଗୋଟିଏ ଗାଈ ମଧ୍ୟ ପୋଡ଼ି ଗୁରୁତର ହୋଇଛି।

ସୂଚନା ଅନୁଯାୟୀ, ଗାଁର ସୁଦାମ ପାତ୍ର, ସୂର୍ଯ୍ୟମଣି ପାତ୍ର ଓ ନିରଞ୍ଜନ ପାତ୍ରଙ୍କ ଘରେ ନିଆଁ ଲାଗିଯାଇଥିଲା। ଫଳରେ ଘରେ ଥିବା ଆସବାବପତ୍ର ସହିତ ଧାନ, ଚାଉଳ ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ପୋଡ଼ି ନଷ୍ଟ ହୋଇଯାଇଛି।

ଖବର ପାଇ ଧାମନଗରରୁ ଅଗ୍ନିଶମ କର୍ମଚରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେକୁ ସବୁ ପୋଡ଼ି ପାଉଁଶ ହୋଇସାରିଥିଲା। ଵିଦ୍ୟୁତ୍‌ ସଟ୍‌ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

By amfnews

Related Post