Mon. Oct 12th, 2026

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ବୋମା ମାଡ଼ରେ ୩ ଟିଏମ୍‌ସି କର୍ମୀ ଆହତ

440 Views

କୋଲକାତା: ଆଜି ତୃତୀୟ ପର୍ଯ୍ୟାୟ ମତଦାନରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଜ୍ୟରେ ଉପୁଜି ଥିବା  ନିର୍ବାଚନୀ ହିଂସା ଯୋଗୁ ୩ ଜଣ କର୍ମୀ ଆହତ ହୋଇଥିବା ସୂଚନା ରହିଛି। ପଶ୍ଚିମବଙ୍ଗର ମୁରସିଦାବାଦ୍‌ସ୍ଥିତ ଡୋମକଲ୍‌ ମୁନିସିପାଲଟି ଠାରେ ଏହି ବୋମା ମାଡ଼ରେ ୩ ଜଣ ତୃଣ ମୂଳ କଂଗ୍ରେସ(ଟିଏମ୍‌ସି) କର୍ମୀ ଆହତ ହୋଇଥିବା ସୂଚନା ରହିଛି। ଆହତକର୍ମୀମାନଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇଛି। ତେବେ, ବୋମା କିଏ ପକାଇଛି ତାହା ଏଯାବତ୍‌ ଜଣାପଡ଼ି ନାହିଁ ଯଦିଓ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ହେତୁ କେହି ବିରୋଧୀ ଏପରି କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ୍‌ ଉପସ୍ଥିିତ ରହି ତଦନ୍ତ ଆରମ୍ଭ କରିଛି।

By amfnews

Related Post