Fri. Jul 3rd, 2026

ପର୍ଥ ଟେଷ୍ଟରେ ଭାରତ ୧୪୬ ରନ୍‌ରେ ପରାସ୍ତ

353 Views

ପର୍ଥ: ମହମ୍ମଦ ସାମିଙ୍କ ୬ ଓ୍ଵିକେଟ ଓ ଜସପ୍ରୀତ ବୁମ୍‍ରାଙ୍କ ୩ ଓ୍ଵିକେଟ  ଜରିଆରେ ଭାରତୀୟ ବୋଲର ପର୍ଥ ଟେଷ୍ଟରେ ପ୍ରତ୍ୟାବର୍ତନ କରିଥିଲେ ବି ବ୍ୟାଟ୍‌ସମ୍ୟାନ୍‌ଙ୍କ ବିଫଳତା ପାଇଁ ଭ୍ରମଣକାରୀ ଦଳ ଘରୋଇ ଦଳ ଠାରୁ ୧୪୬ ରନ୍‌ରେ ପରାସ୍ତ ହୋଇଛି। ଦ୍ୱିତୀୟ ଇନିଙ୍ଗସ୍‌ରେ  ବ୍ୟାଟିଂ ବିପର୍ଯ୍ୟୟ ପାଇଁ   ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।

ସୂଚନାଯୋଗ୍ୟ ଯେ ଦ୍ୱିତୀୟ ଇନିଙ୍ଗସ୍‌ରେ ଭାରତ  ସମ୍ମୁଖରେ ଅଷ୍ଟ୍ରେଲିଆ ୨୮୭ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଗତକାଲି  ଦ୍ୱିତୀୟ ଇନିଙ୍ଗସର ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଖାତା ଖୋଲିବା ପୂର୍ବରୁ କେ ଏଲ ରାହୁଲ ଆଉଟ୍‌ ହୋଇ ପାଭିଲିୟନ ଫେରିବା ପରେ ଏହି ଧାରା ଜାରି ରହିଥିଲା।  ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତର ୫ ଶୀର୍ଷ ଖୋଳାଳି ପାଭିଲିୟନ ଫେରିଆସିବା ସହିତ ଭାରତ ଉପରେ ସଙ୍କଟ ଲଦି ଦେଇଥିଲେ। ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା   ୫ ୱିକେଟ୍‌ ହରାଇ ୧୧୨ ରନ୍‌ ସଂଗ୍ରହ କରିଥିଲା।

୫ମ ଦିନ ଖେଳ ଆରମ୍ଭରୁ ଭାରତକୁ ପୁଣି ଝଟକା ଲାଗିବା ଆରମ୍ଭ କରିଥିଲା। ଭାରତର ଶେଷ ସ୍ୱୀକୃତିପ୍ରାପ୍ତ ବ୍ୟାଟସମ୍ୟାନ୍‌ ଯୋଡ଼ି ହନୁମା ବିହାରୀ (୨୪) ଏବଂ ଋଷବ ପନ୍ତ (୯)  ୫ମ ଦିନ ଖେଳ ଆରମ୍ଭ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆର ନିଖୁଣ ବୋଲିଂର ସାମ୍‌ନା କରିବାରେ ବିଫଳ ହୋଇଥିଲା ଏହି ଯୋଡ଼ି। ଗତକାଲିର ରନ୍‌ରେ ଆଉ ମାତ୍ର ୭ରନ ଯୋଡ଼ିଥିବା ବେଳେ ବ୍ୟକ୍ତିଗତ ଭାବେ ୨୮ ରନ୍‌ କରି ହନୁମା ବିହାରୀ ଷ୍ଟାର୍କଙ୍କ ଶିକାର ହୋଇଛନ୍ତି। ଷ୍ଟାର୍କ  ହନୁମା ବିହାରୀଙ୍କୁ ହାରିସଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଦ୍ୱିତୀୟ ଇନିଙ୍ଗସରେ ଭାରତର ୬ଷ୍ଠ ଓ୍ଵିକେଟର ପତନ ଘଟାଇବା ସହିତ ଭାରତକୁ ପରାଜୟ ଆଡକୁ ଠେଲି ଦେଇଥିଲେ।

ହନୁମା ବିହାରୀଙ୍କ ଆଉଟ୍‌ ପରେ  ଭାରତର ପରାଜୟ ନିଶ୍ଚିତ ହୋଇଯାଇଥିଲା।  ପରେ  ଋଷଭ ପନ୍ଥ ୩୦ ରନ୍‌ କରି ଲିୟନଙ୍କ ଦ୍ୱାରା ହ୍ୟାଣ୍ଡସକମ୍ବଙ୍କ ହାତରେ ଧରାପଡ଼ି ପାଭିଲିୟନ ପେରିବା ପରେ ଭାରତର ପରାଜୟ କେବଳ ଔପଚାରିକ ରହିଯାଇଥିଲା। ପରେ ମାତ୍ର ୩ ଓଭରରେ ଭାରତ ମୋଟ୍‌ ୧୪୦ ରନ୍‌ ସଂଗ୍ରହ କରି  ଅବଶିଷ୍ଟ ୩ଟି ଓ୍ଵକେଟ ହରାଇ ୧୪୬ରନ୍‌ରେ ପରାଜୟକୁ ସ୍ୱୀକାର କରି ନେଇଛି।

By amfnews

Related Post