Sat. Apr 25th, 2026

ପର୍ଥ ଟେଷ୍ଟ: ପ୍ରଥମ ଇନିଙ୍ଗ୍ସରେ ଅଷ୍ଟ୍ରେଲିଆର ସ୍କୋର ୩୨୬ରନ, ଇଶାନ୍ତ ଶର୍ମାଙ୍କୁ ୪ ଓ୍ଵିକେଟ

334 Views

ପର୍ଥ , ଡିସେମ୍ବର ୧୫ : ପର୍ଥ ଷ୍ଟାଡିୟମ ଠାରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ର ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୩୨୬ ରନ ୍‌ସ୍କୋର କରି ଭାରତ ଉପରେ ଚାପ ପକାଇବାକୁ ସକ୍ଷମ ହୋଇଛିି। ଟସ୍‌ ଜିଣି ଆଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ଦଳକୁ ବେଶ ସୁହାଇଛି। ଅଷ୍ଟ୍ରେଲିଆ ଦଳର ଦୁଇ ଓପ୍‌ନର ଅର୍ଦ୍ଧଶତକ ହାସଲ କରି ଅଷ୍ଟ୍ରେଲିଆ ପାଇଁ ଦୃଢ଼ ମୁଳଦୁଆ ପକାଇଥିଲେ। ତେବେ ୭ମ ଓ୍ଵିକେଟ ଯୋଡ଼ିରେ ୫୮ରନ୍‌ର ଭାଗିଦାରୀ ଅଷ୍ଟ୍ରେଲିଆକୁ ୩ଶହ ରନ୍‌ ଅତିକ୍ରମ କରିବାରେ ସହାୟକ ହୋଇଥିଲା।

ଅଷ୍ଟ୍ରେଲିଆ ୩୧୦ ରନ୍‌ କରଥିବା ବେଳେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଉମେଶ ଯାଦବ। ଯାଦବ କୁମିନ୍ସଙ୍କୁ ବୋଲ୍ଡ ଆଉଟ୍‌ କରିବା ପରେ ସେହି ୩୧୦ ରନ୍‌ରେ ବୁମ୍‌ରା ଅଧିନାୟକ ପାଇନେଙ୍କୁ ଆଉଟ୍‌ କରି ଥିଲେ। ପରେ ପରେ ୧୦୯ତମ ଓଭରର ୨ୟ ଓ ତୃତୀୟ ବଲରେ ଲାଗ୍‌ଲାଗ ଦୁଇଟି ଓ୍ଵିକେଟ ଇଶାନ୍ତ ଶର୍ମା ଅକ୍ତିିଆର କରି ଅଷ୍ଟ୍ରେଲିଆର ସ୍କୋରକୁ ୩୨୬ରେ ସୀମିତ ରଖିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରଥମ ମ୍ୟାଚ୍‌ରେ ବିଜୟ ଲାଭ କରିଥିବା ଭାରତ ମନସ୍ତାତ୍ୱିକ ଦୃଷ୍ଟିରୁ ବେଶ୍‌ ଭଲ ସ୍ଥିତି ନେଇ ପଡ଼ିଆକୁ ଓହ୍ଲାଇଥିଲା। ଟସ୍‌ ଜିଣି ଅଷ୍ଟଲିଆ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ଓ ପ୍ରଥମ ଦିନର ମଧ୍ୟାହ୍ନଭୋଜନ ସୁଦ୍ଧା ଭାରତୀୟ ବୋଲରମାନେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନମାନଙ୍କୁ କୌଣସି ହଇରାଣରେ ପକାଇ ନ ପାରିବା ଭାରତର ଚିନ୍ତା ବଢ଼ାଇ ଦେଇଥିଲା। ପ୍ରଥମ ଇନଙ୍ଗସରେ ଇଶାନ୍ତ ଶର୍ମା ୪ ଓ୍ଵିକେଟ ହାସଲ କରିଥିବା ବେଳେ ବୁମ୍‌ରା, ଯାଦବ ଓ ହନୁମା ବିହାରୀ ଦୁଇଟି ଲେଖାଏଁ ଓ୍ଵକେଟ ହାସଲ କରିଛନ୍ତି।

By amfnews

Related Post