Sat. Sep 5th, 2026

ପରଲୋକରେ ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀ

358 Views

ଭୁବନେଶ୍ୱର  : ରବିବାର ଦିନ ବିଶିଷ୍ଟ ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ମହାତ୍ମା ଗାନ୍ଧୀଙ୍କର ଅତ୍ୟନ୍ତ ପ୍ରିୟଭାଜନ ହୋଇ ପାରିଥିବା ସୁମିତ୍ରା ହେଉଛନ୍ତି ମା ରମାଦେବୀ ଏବଂ ଗୋପବନ୍ଧୁ ଚୌଧୁରୀଙ୍କ ପୁତ୍ରବଧୂ। ସେବାଗ୍ରାମ ଆଶ୍ରମରେ ସେ ମନମୋହନ ଚୌଧୁରୀଙ୍କୁ ବିବାହ କରିଥିଲେ। କିଛି ଦିନ ପୂର୍ବେ ସେ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି କଟକର ବାଖରାବାଗସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି।ଆସନ୍ତାକାଲି କଟକ ଠାରେ ତାଙ୍କର ଶେଷକୃତ୍ୟ ସମାପନ କରାଯିବ।

By amfnews

Related Post