Sun. Apr 26th, 2026

ପରଲୋକରେ ମାଇକ୍ରୋସଫ୍ଟ ସିଇଓ ସତ୍ୟମ ନାଡେଲାଙ୍କ ବାପା

197 Views

ଅମରାବତୀ  : ପୂର୍ବତନ ଆଇଏଏସ ଅଫିସର ତଥା ମାଇକ୍ରୋସଫ୍ଟର ସିଇଓ ସତ୍ୟମ ନାଡେଲାଙ୍କ ବାପା ବିଏନ ଯୁଗନ୍ଧରଙ୍କ ଦେହାନ୍ତ ହୋଇଯାଇଛି। ୧୯୬୨ ମସିହାର ଏହି ଆଇଏଏସ ଅଫିସର ଗତକାଲି ୮୨ ବର୍ଷ ବୟସରେ ହାଇଦ୍ରାବାଦରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ନିଜର ସରଳ ଜୀପନ ଯାପନ ଏବଂ ବ୍ୟକ୍ତିତ୍ୱ ପାଇଁ ଯୁଗନ୍ଧର ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ଅନେକ ରାଜନୀତିଜ୍ଞ ଶୋକ ପ୍ରକାଶ କରିଛନ୍ତି।

ବିଏନ ଯୁଗନ୍ଧର ୨୦୦୪ରୁ ୨୦୦୯ ମଧ୍ୟରେ ଯୋଜନା ଆୟୋଗର ସଦସ୍ୟ ଥିଲେ। ଏହା ବ୍ୟତୀତ ସେ ମୁସୌରୀ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀରେ ନିର୍ଦ୍ଦେଶକ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସି˚ହ ରାଓଙ୍କ ସରକାରରେ ଯୁଗନ୍ଧର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଥିଲେ। ଏହା ବ୍ୟତୀତ ସେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସଚିବ ମଧ୍ୟ ଥିଲେ। ବିଏନ ଯୁଗନ୍ଧରଙ୍କ ନିକଟତମ ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଶୁକ୍ରବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଯାଇଛି।

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୁଗନ୍ଧରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ସଚ୍ଚୋଟ ଅଧିକାରୀ ଥିଲେ। ଗ୍ରାମୀଣ ବିକାଶରେ ତାଙ୍କର ଅନେକ ଯୋଗଦାନ ରହିଛି ବୋଲି ସେ କହିଛନ୍ତି। ଏହା ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇଏଏସ ଆସୋସିଏସନ ଏବଂ ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ମଧ୍ୟ ବିଏନ ଯୁଗନ୍ଧରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

By amfnews

Related Post