Tue. Oct 13th, 2026

ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା

416 Views

ବ୍ରହ୍ମପୁର, ଅକ୍ଟୋବର ୩୧ : ବ୍ରହ୍ମପୁରରେ ଅଭାବନୀୟ ଘଟଣା। ରାସ୍ତା କଡ଼ରେ ପଡିଛି ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସଦର ଥାନା ଖାରବେଳ ନଗର ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ।

ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତକଙ୍କ ନାଁରେ ଥାନାରେ ପୂର୍ବରୁ ଅନେକ ମାମଲା ରହିଛି। ଏହା ପୂର୍ବରୁ ମୃତ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ମଧ୍ୟ ଜଣାପଡିଛି।

By amfnews

Related Post