Wed. Jul 8th, 2026

ପଥରରେ ଛେଚି ଦୁଇ ମାନସିକ ବିକୃତ ବ୍ୟକ୍ତିଙ୍କୁ ହତ୍ୟା

246 Views

ଜଗତ୍‌ସିଂହପୁର : ରବିବାର ସକାଳୁ ସ୍ଥାନୀୟ ନେହେରୁ ବଙ୍ଗଳା ଅଞ୍ଚଳରେ ଦୁଇ ଜଣ ମାନସିକ ବିକୃତ ବ୍ୟକ୍ତିଙ୍କ କ୍ଷତାକ୍ତ ଶବ ପଡ଼ିଥିବା ଲୋକେ ଦେଖିଛନ୍ତି। ପରିଚୟହୀନ ସେ ଦୁଇଜଣଙ୍କ ବୟସ ୪୦ ବର୍ଷ ମଧ୍ୟରେ ହୋଇପାରେ। ଗତ ରାତିରେ ଦୁହିଁଙ୍କୁ ପଥରରେ ଛେଚା ଯାଇ ହତ୍ୟା କରାଯାଇଛି। ଜଣଙ୍କ ଶବ ନେହରୁ ବଙ୍ଗଳା ମାର୍କେଟ୍‌ କମ୍ପ୍ଲେକ୍ସ ଠରେ ପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ଶବ ସାମୁଦ୍ରିକ ଥାନା ସମ୍ମୁଖରେ ପଡ଼ିଛି। ଉଭୟ ଉଭୟଙ୍କୁ ପଥରରେ ଆକ୍ରମଣ କରି ମାରିଥିବା ଅନୁମାନ କରାଯାଉଛି। ଖବର ପାଇ ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post