Sat. Jul 25th, 2026

ପତ୍ନୀଙ୍କ ବୟସ ନିଜଠାରୁ ୨୫ ବର୍ଷ ସାନ ହୋଇଥିବା ନେଇ ଏପରି ମତ ରଖିଲେ ମିଲିନ୍ଦ୍‌ ସୋନମ

310 Views

ନୂଆଦିଲ୍ଲୀ, ଡିସେମ୍ବର ୧୭ : ମିଲିନ୍ଦ୍‌ ସୋନମ! ମହିଳାମାନଙ୍କୁ ତାଙ୍କ ଆଡ଼େ ଆକର୍ଷିତ କରିବା ପାଇଁ ତାଙ୍କ ନାମ ହିଁ ଯଥେଷ୍ଟ। ତାଙ୍କର ସୌନ୍ଦର୍ଯ୍ୟ ପାଇଁ ସେ ପୂରା ବିଶ୍ୱରେ ପରିଚିତ। ଜଣେ ଉତ୍ତମ ମଡେଲ୍‌ ସାଙ୍ଗକୁ ବୟସ୍କ ହୋଇଥିଲେ ବି ତାଙ୍କ ମୁହଁରେ ଦିଶୁଥିବା ଯୁବକର ଛାପ ତାଙ୍କର ଭିନ୍ନ ପରିଚୟ। ସବୁ ପରେ ତାଙ୍କର କିଲ୍‌ର ସ୍ମାଇଲ୍‌ ଅନେକ ଯୁବତୀଙ୍କ ଦୃଷ୍ଟି ଆକର୍ଷଣର କାରଣ ବନେ। ତେବେ, ଶେଷ ଥର ପାଇଁ ତାଙ୍କ ଚର୍ଚ୍ଚାର କାରଣ ତାଙ୍କ ରୂପ ନୁହେଁ, ବରଂ ତାଙ୍କର ସଂପର୍କ ଥିଲା।

ଆପଣ ଜାଣିଥିବେ ନିଶ୍ଚୟ ମିଲିନ୍ଦି ନିଜଠାରୁ ୨୫ ବର୍ଷ ସାନ ମଡେଲ୍‌ ଅଙ୍କିତା କନ୍‌ଓ୍ଵରଙ୍କୁ ଚଳିତବର୍ଷ ପ୍ରେମ ବିବାହ କରିଛନ୍ତି। ଏତେ ବୟସ ତାରତମ୍ୟ ତାଙ୍କ ସଂପର୍କ ଉପରେ କିଛି ପ୍ରଭାବ ପକାଇପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମାତ୍ର ନିକଟରେ ଏ ବିଷୟରେ ଏକ ସାକ୍ଷାତ୍‌କାରରେ ନିଜର ମତ ରଖିଛନ୍ତି ମିଲିନ୍ଦ୍‌।

ସେ କହିଛନ୍ତି କି ‘ମୁଁ କେବେ ବି ବୟସ ତାରତମ୍ୟତାରେ ବିଶ୍ୱାସ ରଖେନି। ଦୁଇଟା ଲୋକ ସବୁବେଳେ ଭିନ୍ନ। ବୟସ ହେଉ, ବ୍ୟାକ୍‌ଗ୍ରାଉଣ୍ଡ୍‌ ହେଉ, ଅନୁଭୂତି ହେଉ କିମ୍ବା ସଂସ୍କୃତି ପାଇଁ ହେଉ। କେବଳ ବୁଝାମଣା ଓ ଗ୍ରହଣୀୟତା ହିଁ ଗୁରୁତ୍ୱପୂର୍ଣ୍ଣ’ ବୋଲି ସେ ମତ ରଖିଛନ୍ତି।

By amfnews

Related Post